ଗୁଜରାଟରେ ଆପ୍ ଓ ବିଜେପିର ହୋଡିଂ ଯୁଦ୍ଧ, ବିଜେପି ଲଗାଇଲା ଆପ୍ ଚିରିଲା

83

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । ଗତକାଲି ଆପ୍ ବିଧାୟକ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ହିନ୍ଦୁ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଆଜି ଗୁଜରାଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଗୁଜରାଟରେ ବିଜେପି ପକ୍ଷରୁ ଏନେଇ ଅରବିନ୍ଦ କେଜ୍ରିୱାଲଙ୍କ ବ୍ଲାକ ହୋଡିଂ ଚାରିଆଡେ ଲଗାଯାଇଛି । ଯେଉଁଥିରେ କେଜ୍ରିୱାଲ ମୁସଲିମ ଟୋପି ପିନ୍ଧିଥିବା ଫଟୋ ଥିବାବେଳେ ଲେଖା ଅଛି ‘ମୁଁ ରାମ କୃଷ୍ଣଙ୍କୁ ଇଶ୍ୱର ବୋଲି ମାନେ ନାହିଁ’ ।  ଏହି ହୋଡ଼ିଂକୁ ଦେଖିବା ପରେ ଏହାକୁ ଆପ୍ ହଟାଇଛି । ଏହା ପରେ ଆପ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ତେବେ ଦିଲ୍ଲୀ ସରକାରଙ୍କ ଲୋକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୈାତମର ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ବୟାନ ଦେବା ପରେ ଆପ ଉପରେ ବହୁ ଚର୍ଚ୍ଚା ସୃଷ୍ଟି ହେଉଛି । ଯାହାର ପ୍ରଭାବ ଗୁଜୁରାଟରେ ମଧ୍ୟ ଦେଖିବାକୁ ମିଳିଛି । ଅରବିନ୍ଦ କେଜ୍ରିୱାଲଙ୍କ ରାଲି ପୂର୍ବରୁ କଳା ହୋଡ଼ିଂ ଲଗାଇଛି ବିଜେପି ।