ତୈଳ ଆମଦାନୀକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବଡ ବୟାନ, ଋଷ ଠାରୁ ତୈଳ କିଣିବାକୁ ନେଇ କହିଲେ ଏଭଳି କଥା

104

କନକ ବ୍ୟୁରୋ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି କି ଭାରତ ସରକାର ନିଜ ଦେଶବାସୀଙ୍କୁ ଇନ୍ଧନ ଯୋଗାଇବାକୁ ଏକ ନୈତିକ କର୍ତବ୍ୟ ଭାବନ୍ତି । ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ରୁଷଠୁ ତେଲ କିଣିବା ବନ୍ଦ କରିବନି ଭାରତ । କମ ମୂଲ୍ୟରେ କିଣି କମ ଦରରେ ଦେଶବାସୀଙ୍କ ନିକଟରେ ଇନ୍ଧନ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକ । ରୁଷ-ୟୁକ୍ରେନ ମଧ୍ୟରେ ୧୦ମାସ ହେବ ଯୁଦ୍ଧ ଲାଗିଛି । ଏହା ଭିତରେ ପଶ୍ଚିମ ଦେଶ ଓ ଆମେରିକା ରୁଷ ଉପରେ କଟକଣା ଲଗାଇଛନ୍ତି । ଏପରିକି ରୁଷଠୁ ତେଲ ନକିଣିବା ପାଇଁ ଭାରତ ଉପରେ ଚାପ ପକାଉଛନ୍ତି । ରୁଷରୁ ଭାରତର ଅଶୋଧିତ ତୈଳ ଆମଦାନୀ ଏପ୍ରିଲ ମାସରୁ ୫୦ ଗୁଣ ଅଧିକ ବୃଦ୍ଧି ପାଇଛି । ଯୁଦ୍ଧ ପୂର୍ବରୁ ଭାରତ ରୁଷଠୁ ଅଶୋଧିତ ତୈଳ ଆମଦାଦୀୀ କରିବାର ମାତ୍ର ୦.୨ ପ୍ରତିଶତ ବ୍ୟବହାର କରୁଥିଲା । ଏହ ଭିତରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି କି ଭାରତ ଯେଉଁଠାରୁ ଚାହିଁବ ତୈଳ କିଣିବ ।