ମାହୋଲ ଖରାପ ହେବାରୁ ଝିଅର ବାହାଘର ରୋକି ଦେଲେ ବିଜେପି ନେତା: ବାହାଘର କାର୍ଡକୁ ନେଇ ଦ୍ୱନ୍ଦ୍ୱ ପରେ ପଦକ୍ଷେପ

1,138

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାରି ବିରୋଧ ହେବାରୁ ଝିଅର ବାହାଘର ରୋକିଦେଲେ ବିଜେପି ନେତା । ଉତ୍ତରାଖଣ୍ଡ ପାଉରୀର ନଗରପାଳିକା ଅଧ୍ୟକ୍ଷ ଯଶପାଲ ବେନାମ ନିଜ ଝିଅର ବାହାଘରକୁ ରଦ୍ଦ କରିଦେଇଛନ୍ତି ।

ଜଣେ ବାପା ହେବା କାରଣରୁ ଝିଅର ପସନ୍ଦକୁ ସେ ମଧ୍ୟ ପସନ୍ଦ କରିଥିଲେ । ବାହାଘର ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଇଥିଲେ । କିନ୍ତୁ ବାହାଘରକୁ ନେଇ ସୋସିଆଲ ମିଡିଆରେ ଯେଭଳି ଟିପ୍ପଣୀ ଆସିଲା ତା ଦ୍ୱାରା ମାହୋଲ ଖରାପ ହେବାର ସଙ୍କେତ ମିଳିଥିଲା ।

ଏସବୁର କାରଣ ହେଉଛି ଯଶପାଲଙ୍କ ଝିଅ ଜଣେ ମୁସଲିମ୍ ପୁଅକୁ ବିବାହ କରିବାର ଥିଲା । ଆଧୁନିକ ଯୁଗରେ ପିଲାମାନଙ୍କ ପସନ୍ଦକୁ ସ୍ୱୀକାର ମଧ୍ୟ କରିଥିଲେ ଯଶପାଲଙ୍କ ପରିବାର । ମେ ୨୬ ତାରିଖରେ ବିବାହ ହେବାର ଥିଲା । ଏଥିପାଇଁ କାର୍ଡ ଛପା ସରିଥିଲା । କିଛି ବ୍ୟକ୍ତି ତାଙ୍କୁ କାର୍ଡ ପ୍ରକାଶ କରିବାକୁ ମନା କରିଥିଲେ ବି ଯଶପାଲ କିନ୍ତୁ କୌଣସି ସତକୁ ଲୁଚାଇବାକୁ ଚାହୁଁନଥିଲେ । ତେଣୁ ସେ ବାହାଘର କାର୍ଡକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫଳରେ ଏହାକୁ ଅନେକ ଟ୍ରୋଲ କରିଥିଲେ, ଯାହାକୁ ଦୃଷ୍ଟିରେ ରଖି ଝିଅର ବାହାଘରକୁ ସ୍ଥଗିତ ରଖିଛନ୍ତି ଯଶପାଲ ବେନାମ ।