ପୁଣିଥରେ ନବୀନଙ୍କ କ୍ୟାବିନେଟକୁ ଫେରିଲେ ସୁଦାମ । କହିଲେ, ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ନିଷ୍ଠାର ସହ କାମ କରିବି ।

183

କନକ ବ୍ୟୁରୋ : ନବୀନଙ୍କ ନୂଆ ଟିମରେ ସୁଦାମ ମାରାଣ୍ଡି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଦାମ । ଶପଥଗ୍ରହଣ ପରେ ସୁଦାମ କହିଛନ୍ତି, ପୁଣିଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରି ମୁଖ୍ୟମନ୍ତ୍ରୀ ଯେଉଁ ଆସ୍ଥା ଓ ବିଶ୍ୱାସ କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇବି । ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କାମ କରୁଥିବା ବେଳେ ମୋତେ ଏଥିରେ କାମ କରିବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ । ଶପଥ ନେବା ପୂର୍ବରୁ ସୁଦାମ କହିଥିଲେ, ମୋତେ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ମୁଁ ନିଷ୍ଠାର ସହ କାମ କରିବି । ସବୁ ବିଭାଗ ଭଲ । ପ୍ରକୃତରେ ମୋତେ ମନ୍ତ୍ରୀପଦ ଦେଇ ମୁଖ୍ୟମନ୍ତ୍ରୀ ଆଦିବାସୀ ସମୁଦାୟକୁ ସମ୍ମାନ ଦେଇଛନ୍ତି ।
ସୁଦାମ ମାରାଣ୍ଡିଙ୍କ ରାଜନୈତିକ କ୍ୟାରିୟର
ସୁଦାମ ମାରାଣ୍ଡି ଏବେ ବାଙ୍ଗରିପୋଷି ବିଧାୟକ ଅଛନ୍ତି
୩ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି
୧୯୯୦ : ସ୍ୱାଧୀନ ପ୍ରାର୍ଥୀ ଭାବେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ
୨୦୦୪ : ଜେଏମଏମ୍ ପ୍ରାର୍ଥୀ ଭାବେ ମୟୂରଭଂଜ ଆସନରୁ ଲୋକସଭାକୁ ନିର୍ବାଚିତ
୨୦୧୪ : ବିଜେଡି ଟିକେଟରେ ବାଙ୍ଗରିପୋଷି ଆସନରୁ ବିଧାୟକ ଭାବେ ନିର୍ବାଚିତ
୨୦୧୯ : ବିଜେଡି ଟିକେଟରେ ବାଙ୍ଗରିପୋଷିରୁ ବିଧାୟକ ଭାବେ ନିର୍ବାଚିତ
କ୍ରୀଡ଼ା ଓ ଯୁବ ବ୍ୟାପାର, ଆଦିବାସୀ କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି