ବିଜେପି ନେତାଙ୍କୁ ଆକ୍ରମଣ : ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

173

କନକ ବ୍ୟୁରୋ : ସୋର ନଗର ବିଜେପି ଉପସଭାପତିଙ୍କୁ ଆକ୍ରମଣ । ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ଏଥିରେ ଲୋକନାଥ ଗୁରୁତର ଆହତ ହୋଇଛନ୍ତି । ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମର୍ଣ୍ଣିଂ ୱାକ କରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ଜଣାପଡ଼ି ନାହିଁ । ତେବେ ରାଜନୈତିକ ଶତ୍ରୁତାରୁ ଏହା ଘଟିଥିବା ସନ୍ଦେହ କରାଯାଉଛି ।