ହିନ୍ଦୋଳରେ ୧୨ ଘଣ୍ଟିଆ ବନ୍ଦ ପାଳନ : ଏନଏସି ଅଞ୍ଚଳରେ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ

103

କନକ ବ୍ୟୁରୋ : ହିନ୍ଦୋଳ ଏନଏସିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେପି । ହିନ୍ଦୋଳକୁ ସରକାରୀ ବସ୍ ବ୍ୟବସ୍ଥା, ୧୫ ଓ ୧୬ ନମ୍ବର ୱାର୍ଡ଼ରେ ରାସ୍ତା ନିର୍ମାଣ, ହିନ୍ଦୋଳ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର, ପର୍ଯ୍ୟଟନ ମାନ୍ୟତା, ଯାତ୍ରୀ ଆଶ୍ରୟସ୍ଥଳ ପାଇଁ ଦାବି କରି ବନ୍ଦ ଡାକରା ଦେଇଛି ବିଜେପି । ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ବନ୍ଦ ପାଇଁ ଯାନବାହାନ ଚଳାଚଳ ଠପ ରହିଛି ।