ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା : ଟାୟାର୍ ଜାଳି ରାସ୍ତା ଅବରୋଧ

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେବି କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖା ଦେଇଛି । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏହା ସହ ଅଧ୍ୟାପକଙ୍କୁ ତାଲା ମଧ୍ୟ ପକାଇଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ । ଅଗଷ୍ଟ ୮ରେ ନୀରିହ ଛାତ୍ରଙ୍କୁ ଗିରଫ କରିଥିଲା ପୁଲିସ୍ । ଯାହାକୁ ପ୍ରତିବାଦ କରି ଆଜି ଏହି ପଦକ୍ଷେପ ନେଇଛନ୍ତି ଛାତ୍ରଛାତ୍ରୀ ।