ସମ୍ବଲପୁର ପୋଲିସକୁ ବଡ଼ ସଫଳତା: ଜମନକିରାରୁ ଦେଶୀ ବନ୍ଧୁକ କାରଖାନା ଠାବ, ୨୨ ବନ୍ଧୁକ ଜବତ

277

କନକ ବ୍ୟୁରୋ: ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଜମନକିରା ଅଂଚଳରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରି ୨୨ଟି ଦେଶୀ ବନ୍ଧୁକ ଜବତ କରିଛି ସମ୍ବଲପୁର ପୋଲିସ । ୩ ଜଣଙ୍କୁ ଗିରଫ କରିବା ସହ କିଛି ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବିଦ୍ୟାଧର ପ୍ରଧାନ, ଗଣେଷ ସିଂ, ଅରୁଣ ଭୋଇ । ବିଦ୍ୟାଧର ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଛି । ଏହି ବନ୍ଧୁକ ଗୁଡ଼ିକୁ ସେମାନେ ୧୫ ହଜାର ଟଙ୍କାରେ ବିକ୍ରି କରୁଥିଲେ ।