କୋର୍ଟ ଛାତ ଉପରୁ ଡେଇଁ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ: ଆହତ ଅବସ୍ଥାରେ ଝାରସୁଗୁଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

76

କନକ ବ୍ୟୁରୋ: ଛାତ ଉପରୁ ଡେଇଁ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି ଗାଁର ସନାତନ ସିଂ । ଗତବର୍ଷ ଏପ୍ରିଲ ମାସରେ ପକସୋ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ଆଜି ଶୁଣାଣି ଥିବା ବେଳେ ଭ୍ୟାନରେ କୋର୍ଟକୁ ଆସିଥିଲେ । କୋର୍ଟ ପ୍ରକ୍ରିୟା ଚାଲିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।