ଭୁବନେଶ୍ୱର ନୂଆ ବଣ୍ଟି-ବବଲି: ଓଏଲଏକ୍ସରେ କାର ବିକ୍ରି ନାଁରେ ଚୂନା, ନିଜ ଜାଲରେ ନିଜେ ଫସିଲେ

136

କନକ ବ୍ୟୁରୋ: ଧରାପଡ଼ିଲେ ରାଜଧାନୀର ବଂଟି-ବବଲି ଗ୍ୟାଙ୍ଗ । ଏହି ଠକଙ୍କୁ କାବୁ କରିବା ସହ ପୋଲିସରେ ଜିମା ଦେଇଛନ୍ତି ଲୋକ । କାର ବିକ୍ରି ପାଇଁ ବିଜ୍ଞାପନ ଦେଇ ଲୋକଙ୍କଠାରୁ ଟଙ୍କା ଠକି ନେଉଥିଲେ ଦୁଇ ଅଭିଯୁକ୍ତ । ଗୋଟିଏ ଗାଡ଼ିକୁ ବିକ୍ରି କରିବା ପାଇଁ ଏକାଧିକ ଲୋକଙ୍କଠାରୁ ଅଗ୍ରିମ ଟଙ୍କା ନେବା ସହ ଆଉ ଧରାଛୁଆଁ ଦେଉ ନଥିଲେ । ଆଡଭାନ୍ସ ଟଙ୍କାରେ କରୁଥିଲେ ଅଏସ । ବାହାରେ ବୁଲୁଥିଲେ ଏବଂ ଖୋଜୁଥିଲେ ନୂଆ ଶିକାର ।

ଓଏଲଏକ୍ସରେ କାର ବିକ୍ରି ପାଇଁ ବିଜ୍ଞାପନ ଦେଇ ଅନେକ ଲୋକଙ୍କୁ ଚୁନା ଲଗାଇଥିବାର ଅଭିଯୋଗ ଆସିଛି ଏମାନଙ୍କ ନାଁ ରେ । ଅଭିଯୋଗ ଅନୁସାରେ, ଅନେକ ଲୋକଙ୍କୁ ଅଳ୍ପ ଟଙ୍କାରେ କାର କିଣିବାର ଲୋଭ ଦେଖାଇ ଅଗ୍ରୀମ ଟଙ୍କା ନେବା ପରେ ଫେରାର ହୋଇଯାଆନ୍ତି ଏହି ଯୋଡି । ଜଣେ କି ଦୁଇ ଜଣ ନୁହେ ,ରାଜଧାନୀର ଅନେକ ଲୋକଙ୍କୁ ଏଭଳି ଚୁନା ଲଗାଇ ଏମାନେ ଫେରାର ହୋଇଯାଉଥିବା ଅଭିଯୋଗ ଆସିଛି । କୌଶଳ କ୍ରମେ ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତି ଏମାନଙ୍କୁ କାବୁ କରିବା ପରେ ଠକେଇର ପୁରା କାହାଣୀ ସାମ୍ନାକୁ ଆସିଛି ।

କୁହାଯାଉଛି, ଏହି ବଂଟି ବବଲିଙ୍କ ଠକେଇର ତିରିକା ଥିଲା ନିଆରା ।
ଅଭିଯୋଗ ଅନୁସାରେ
ପ୍ରଥମେ କାର୍ ବିକ୍ରି କରିବାର ବିଜ୍ଞାପନ ଓଏଲଏକ୍ସ ରେ ଦେଉଥିଲେ
କାର୍ର ଦାମ ଅପେକ୍ଷାକୃତ ଭାବେ କମ୍ ରଖୁଥିଲେ
କମ ଦାମ୍ ରେ ଭଲ କାର ଦେଖି ଆକୃଷ୍ଟ ହେଉଥିଲେ ଗ୍ରାହକ
ଗ୍ରାହକ ଆକୃଷ୍ଟ ହେବା ପରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରୁଥିଲେ
ଫୋନରେ କଥା ହେବା ପରେ କାର୍ ଦେଖିବାକୁ ଗ୍ରାହକଙ୍କୁ ଡାକୁଥିଲେ
ଗ୍ରାହକଙ୍କ କାର ପସନ୍ଦ ହେବାପରେ କିଣାବିକାର ଏଗ୍ରମେଣ୍ଟ ହେଉଥିଲା
ଅଗ୍ରୀମ ବାବଦକୁ ଗ୍ରାହକଙ୍କ ଠାରୁ ୨୦ ରୁ ୨୫ ହଜାର ଟଙ୍କା ନେଉଥିଲେ
ଟଙ୍କା ନେବା ପରେ ଓଏଲଏକ୍ସରେ ବିଜ୍ଞାପନକୁ ଡିଲିଟ କରୁଥିଲେ

ଦିନେ ଦୁଇ ଦିନ ଭିତରେ କାର ଗ୍ରାହକଙ୍କୁ ହସ୍ତାନ୍ତର କରିବାକୁ କହୁଥିଲେ । ଆଉ ତାପରେ ନମ୍ବର ବନ୍ଦ କରି ଫେରାର ହୋଇଯାଉଥିଲେ । ପରବର୍ତି ସମୟରେ ଏଭଳି ସମାନ ଢଙ୍ଗରେ ପୁଣିଥରେ ସେହି ସମାନ ଗାଡିକୁ ବିକ୍ରି କରିବା ପାଇଁ ଓଏଲଏକ୍ସ ରେ ବିଜ୍ଞାପନ ଦେଇ ଅନ୍ୟ ଗ୍ରାହକଙ୍କୁ ଠକୁଥିଲେ ।

ଅନେକ ଲୋକଙ୍କୁ ଠକିବା ପରେ ଠକାମିର ଶିକାର ଜଣେ ବ୍ୟକ୍ତି ଏମାନଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ । ପୁଣି ଥରେ ସେହି ସମାନ ଗାଡିର ବିଜ୍ଞାପନ ସେ ଓଏଲଏକ୍ସରେ ଦେଖିବା ପରେ ଅନ୍ୟ ଏକ ନମ୍ବରରୁ ଯୋଗାଯୋଗ କରିଥିଲୋ ଆଉ ଗ୍ରାହକ ବେଶରେ ଆସି ଏହି ଯୋଡିକୁ ମାଡି ବସି ପୋଲିସରେ ଜିମା ଦେଇଛନ୍ତି ।