ପ୍ରଦୂଷଣର ଫାଇଦା! ଭାରତକୁ ଅଧିକ ଗରମ ହେବାକୁ ବଞ୍ଚାଉଛି ବାୟୁ ପ୍ରଦୂଷଣ । ଜାଣନ୍ତୁ କେମିତି…

183

କନକ ବ୍ୟୁରୋ: ବାୟୁ ପ୍ରଦୂଷଣକୁ ନେଇ ପ୍ରତ୍ୟେକ ବର୍ଷ ଅନେକ କଥା ଆମେ ଦେଖୁଛେ । ବିଶେଷ କରି ଦୀପାବଳି ସମୟରେ ଆକାଶରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥାଏ । ଏହି ସମୟରେ ନିଶ୍ୱାସ ନେବା ଏକ ପ୍ରକାର କଷ୍ଟକର ହୋଇପଡେ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ସୂଚନା ଦେବୁ ଯାହା ଦ୍ୱାରା ଆପଣ ବାୟୁ ପ୍ରଦୂଷଣକୁ ଖରାପ କହିବା ବନ୍ଦ କରିଦେବେ ।

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଥିବା ଆମେରିକାର ଏକ କମ୍ପାନୀ ଦାବି କରିଛି ଯେ, ବାୟୁ ପ୍ରଦୂଷଣ କାରଣରୁ ଭାରତ ଗରମରୁ ବଞ୍ଚିବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ମୁଖ୍ୟ ଜେକେ ହସଫାଦର ଦାବି କରିଛନ୍ତି ଯେ ଜନସଂଖ୍ୟା ବିଶିଷ୍ଟ ଦେଶ ମଧ୍ୟରେ ବାୟୁ ପ୍ରଦୂଷଣ କାରଣରୁ ଧିମା ଗତିରେ ଗରମ ଅନୁଭବ ହେଉଛି ।

ହସଫାଦର ଦାବି କରିଛନ୍ତି ଯେ ପବନରେ ଏୟାରସୋଲ ସାଧାରଣତଃ ଭାବେ ଥଣ୍ଡା ଦେଇଥାଏ । କାରଣ ସୂର୍ଯ୍ୟଙ୍କ ପ୍ରକାଶକୁ ଏହା ସିଧାସଳଖ ଭାବେ ପୃଥିବୀରେ ପଡିବାକୁ ଦେଇନଥାଏ । ଏହାଦ୍ୱାରା ଗରମ ଅଧିକ ହୋଇନଥାଏ । ଏହି ଏୟାରସୋଲ ବାଦଲ ତିଆରି କରିବାରେ ମଧ୍ୟ ସହଯୋଗ କରିଥାଏ । ହାସଫାଦରଙ୍କ କହିବାନୁସାରେ ଏହି ଏୟାରସୋଲ ସଲଫର ଡାଇଅକ୍ସାଇଡରୁ ପ୍ରସ୍ତୁତ ହୋଇଥାଏ । ଯାହା ଡିଜେଲ, ତେଲ କିମ୍ବା ସଲଫର ଯୁକ୍ତ ଇନ୍ଧନରୁ ବାହାରୁ ଥିବା ଗ୍ୟାସରୁ ପ୍ରସ୍ତୁତ ହୋଇଥାଏ ।

ହସଫାଦର ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶ ତୁଳନାରେ ଭାରତରେ ତାପମାତ୍ରା ବୃଦ୍ଧି ଦର ଅଧା ଡିଗ୍ରୀରୁ ମଧ୍ୟ କମ ରହିଛି । ଏଠି ଆଜି ମଧ୍ୟ ଧୂଆଁ ଦେଖାଦେଇଥାଏ ଯାହା ପରିବେଶର ଶତ୍ରୁ ନୁହେଁ । ତାଙ୍କ କହିବା ଅନୁସାରେ, ଏହା କହିହେବ ନାହିଁ ଯେ ଭାରତରେ ତାପମାତ୍ରା ବୃଦ୍ଧିର ପ୍ରଭାବ ଦେଖାଯିବ ନାହିଁ କିନ୍ତୁ ପ୍ରଦୂଷଣ କାରଣରୁ ଭାରତରେ ତାପମାତ୍ରା ବୃଦ୍ଧିର ଗତି ଧିମା ହୋଇଛି । ୧୯୫୧ରୁ ୧୯୮୦ ଯାଏ ଦେଶରେ ତାପମାତ୍ରା ବୃଦ୍ଧିର ଯେଉଁ ସ୍ଥିତି ଥିଲା ପ୍ରଦୂଷଣ କାରଣରୁ ସେଥିରେ ଅଧା ଡିଗ୍ରୀ ତାପାମାତ୍ରା କମିଯାଇଛି ।