ରେକର୍ଡ ଛୁଇଁଲା ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ: ୨ ଦିନରେ ୪ ଲକ୍ଷରୁ ଅଧିକ ସଂଖ୍ୟାରେ ଅଣ୍ଡା ଦେଲେ କଇଁଛ

77

କନକ ବ୍ୟୁରୋ: ଗହୀରମଥାରେ ଆରମ୍ଭ ହୋଇଛି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା । ୨ ଦିନରେ ୪ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ସାରିଛନ୍ତି । ଅଣ୍ଡାଦାନ ସମୟ ହୋଇଥିବା ବେଳେ ଗହୀରମଥାରେ ଏହି କଇଁଛ ସବୁ ଭିଡ ଜମାଇଥିଲୋ । ପ୍ରାୟ ୧ମାସ ଧରି ଏହି କଇଁଛ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୯ ତାରିଖରରେ ୮୮ହଜାର କଇଁଛ ଅଣ୍ଡା ଦେଇଥିବା ବେଳେ ୧୦ ତ।।ରିଖରେ ୨ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇଛନ୍ତି । ଅଲିଭରିଡଲେଙ୍କ ଭିଡ ଜମିଥିବା ବେଳେ ପାଗ ଅନୁକୁଳ ନଥିବାରୁ ଅଣ୍ଡାଦାନ ହୋଇପାରିନଥିଲା । ଏବେ ପାଗ ଶୁଖିଲା ହେବା ସହ ଦକ୍ଷିଣା ପବନ ବହିବାରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ଦଳ ହୋଇ କଇଁଛସବୁ ଅଣ୍ଡାଦାନ କରିବାକୁ ଚାଲି ଆସୁଛନ୍ତି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡ।।ଦାନ କରିଥିବା ଜଣାପଡିଛି । କହିବକେୁ ଗଲେ ଚଳିତ ବର୍ଷ କଇଁଛ ଅଣ୍ଡାଦାନ ପୂର୍ବ ବର୍ଷ ଅପେକ୍ଷା ସମସ୍ତ ରେକର୍ଡ ଭାଙ୍ଗିଛି । କଇଁଛ ମାନଙ୍କ ଗଣ ଅଣ୍ଡାଦାନ ଯୋଗୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥାମାନ କରାଯାଇଛି । ସୁରକ୍ଷା ସହିତ ବନ କର୍ମଚାରୀ ମାନେ ଅଣ୍ଡାଦାନ ଜାଗାକୁ ଜଗି ରହିଛନ୍ତି ।