କନକ ବ୍ୟୁରୋ : ହକି ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଲା ବେଲଜିୟମ । କ୍ୱାଟର ଫାଇନାଲର ରୋମାଞ୍ଚକର ମୁକାବିଲାରେ ଜର୍ମାନୀକୁ ୨-୧ ଗୋଲରେ ମାତ୍ ଦେଇ ସେମିଫାଇନାଲରେ ପହଞ୍ଚିଛି ବେଲଜିୟମ । ପ୍ରଥମାର୍ଦ୍ଧରୁ ଉଭୟ ଜର୍ମାନୀ ଓ ବେଲଜିୟମ ଜଗି ରଖି ଖେଳୁଥିଲେ ମଧ୍ୟ ଶେଷ ଆଡକୁ ଜର୍ମାନୀ ଗୋଲ ପୋଷ୍ଟକୁ ଘନ ଘନ ଆକ୍ରମଣ କରି ଏହି ମ୍ୟାଚକୁ ଜିତି ନେଇଛି ବେଲଜିୟମ ।
Kanak News is now on WhatsApp
Join and get latest news updates delivered to you via WhatsApp
ବେଲଜିୟମ ପକ୍ଷରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଓ ଟମ୍ ବୁନ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ଜର୍ମାନୀ ପକ୍ଷରୁ ଡିଏଟର ଗୋଟିଏ ଗୋଲ ଦେଇଥିଲେ । ପ୍ରଥମରୁ ଜର୍ମାନୀ ଆଗୁଆ ଥିଲେ ମଧ୍ୟ ଲଗାତାର ଦୁଇଟି ଗୋଲ ଦେଇ ଜବରଦସ୍ତ ବିଜୟ ହାସଲ କରିଥିଲା ବେଲଜିୟମ । ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସଙ୍କୁ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ପୁରସ୍କୃତ କରିଥିଲେ ।
ଚତୁର୍ଥ କ୍ୱାର୍ଟରଫାଇନାଲରେ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ନେଦରଲାଣ୍ଡକୁ ଭେଟିବାକୁ ଯାଉଛି । ହୋମଗ୍ରାଉଣ୍ଡରେ ନେଦରଲାଣ୍ଡକୁ ହରାଇ ସେମିଫାଇନାଲ ଟିକେଟ ଆଶାରେ ରହିଛି ଭାରତୀୟ ଟିମ୍ । ଏହି ମ୍ୟାଚଟି ସନ୍ଧ୍ୟା ୬.୫୦ ମିନିଟରେ ଆରମ୍ଭ ହେବ ।