କଂସଙ୍କ ମେକଅପ ମ୍ୟାନ୍: ଯାହାଙ୍କ ପାଇଁ ଭୟଙ୍କର ଦେଖାଯାଆନ୍ତି କଂସ ମହାରାଜ । ଜାଣନ୍ତୁ ୧୯୮୯ରୁ କଂସଙ୍କୁ ସଜେଇ ଆସୁଥିବା ସେ ବ୍ୟକ୍ତିଙ୍କୁ…?

350

କନକ ବ୍ୟୁରୋ: ଆଉ ୬ ଦିନ ପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏଥିପାଇଁ କଳାକାରମାନେ କସରତ ଜୋରଦାର ଚଲାଇଥିବା ବେଳେ କଳାକାରଙ୍କ ପୋଷାକ ତିଆରି ପାଇଁ ମଧ୍ୟ ଲାଗିପଡିଛନ୍ତି କାରିଗର । ଧନୁଯାତ୍ରାରେ ଅଭିନୟ କରୁଥିବା ପ୍ରତ୍ୟେକ ଚରିତ୍ରଙ୍କ ପାଇଁ ଭଳି କି ଭଳି ଆକର୍ଷଣୀୟ ପୋଷାକ ପ୍ରସ୍ତୁତ କରୁଛନ୍ତି ବରଗଡର କାରିଗର ଦେବନନ୍ଦ ସାହୁ । ଖାସକରି ଦେବନନ୍ଦ ପ୍ରତିବର୍ଷ କଂସ ମହାରାଜଙ୍କ ପୋଷାକ ପାଇଁ ପ୍ରବଳ ପରିଶ୍ରମ କରନ୍ତି ।

ରଙ୍ଗବେରଙ୍ଗର ପୋଷାକ, ଜରିଦିଆ ବର୍ଡର ଆଉ ସୁନେଲି ରଙ୍ଗର ଆକର୍ଷଣୀୟ ମୁକୁଟ । ମହାରାଜ କଂସଙ୍କ ପୋଷାକ ପାଇଁ ଏମିତି କିଛି ଝିଲମିଲ କପଡା ପ୍ରସ୍ତୁତି କରନ୍ତି ଦେବାନନ୍ଦ । ତେଣୁ ଗଙ୍ଗାଧର ନଗର ସ୍ଥିତ ଝଙ୍କାର ଚିତ୍ରାଳୟରେ ପୋଷାକ ସିଲେଇରେ ଲାଗି ପଡିଛନ୍ତି ସେ । କେବଳ କଂସ ନୁହନ୍ତି ଧନୁଯାତ୍ରାରେ ଅଭିନୟ ପରଶୁଥିବା ପ୍ରତ୍ୟେକ ଚରିତ୍ରଙ୍କ ପୋଷାକକୁ ବନାଇଥାନ୍ତି ଚିତ୍ରାଳୟର ମୁଖ୍ୟ ଦେବନନ୍ଦ ।

ତେବେ ଖାଲି ପୋଷାକ ନୁହେଁ ମହାରାଜ କଂସଙ୍କୁ ମେକଅପ ମଧ୍ୟ କରନ୍ତି ଦେବନନ୍ଦ । ମଥାର କେଶ ଠାରୁ ଆରମ୍ଭ କରି ମୁହଁର ରଙ୍ଗ ପାଉଡର ଯାଏଁ ସବୁକିଛି ସେ ମେକଅପ ଦିଅନ୍ତି । ଧନୁଯାତ୍ରାର ସମସ୍ତ କଳାକାରଙ୍କ ପୋଷାକ ସହ ମେକଅପ କଥା ବି ଦେବନନ୍ଦ ବୁଝନ୍ତି । ୧୯୮୯ ମସିହାରୁ ଦେବନନ୍ଦ ଧନୁଯାତ୍ରା ମୁକ୍ତଆକାଶ ରଙ୍ଗମଂଚ ପାଇଁ ପୋଷାକ ପ୍ରସ୍ତୁତ କରିଆସୁଛନ୍ତି । ପୋଷାକ ସହ ମେକ ଅପ ମଧ୍ୟ ଦେଇଥାନ୍ତି ଦେବନନ୍ଦ ସାହୁ । ଆଉ ଦେବେନନ୍ଦଙ୍କ ଏହି ନିଖୁଣ କାମକୁ କଳାକାରମାନେ ମଧ୍ୟ ବେଶ ପସନ୍ଦ କରିଥାନ୍ତି ।