ଆଉ ଅଳ୍ପ ଦିନ ପରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : ଗୋପପୁର ଚଳଚଞ୍ଚଳ, ଅଭିନୟ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଉଛନ୍ତି କଳାକାର

152

କନକ ବ୍ୟୁରୋ : ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ । ମଥୁରାରେ ମହାରାଜା କ˚ସଙ୍କ ମହାପ୍ରତାପ ଏବ˚ ଗୋପପୁରରେ କୃଷ୍ଣ-ବଳରାମଙ୍କ ଲୀଳା ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଉଭୟ ଗୋପପୁର ଏବଂ ମଥୁରାରେ କଳାକାରମାନେ ଆଖଡ଼ା ମାଧ୍ୟମରେ ଅଭିନୟ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଉଛନ୍ତି। ଧନୁଯାତ୍ରାର ସୁଉଚ୍ଚ ମୁଖ୍ୟ ତୋରଣ ମୁଣ୍ଡ ଟେକୁଛି । ସହରର ବିଭିନ୍ନ ମୁଖ୍ୟପଥରେ ଆଲୋକ ଖଚିତ ଆକର୍ଷଣୀୟ ତୋରଣ ମଧ୍ୟ ପ୍ରସ୍ତୁତ ହୋଇଛି । ରଂଗମହଲ ଏବଂ ମହାରାଜ କଂସଙ୍କ ଦରବାରକୁ କାରିଗରମାନେ ଚୂଡ଼ାନ୍ତ ରୂପ ଦେବାରେ ଲାଗି ପଡ଼ିଛନ୍ତି ।

ଏଣେ ଗୋପପୁରରେ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି । ସମୁଦାୟ ଗୋପପୁରରେ କୃଷଲୀଳାର ଝଲକ ଦେଖିବାକୁ ମିଳିବା ଆରମ୍ଭ ହୋଇଛି । ନନ୍ଦ ଦରବାରର ସାଜସଜ୍ଜା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପହଞ୍ଚିଛି । କୃଷ୍ଣ, ବଳରାମଙ୍କ ସମେତ ଗୋପାଳ ଓ ଅନ୍ୟ ଚରିତ୍ରଙ୍କ ପାଇଁ ପୋଷାକ ପ୍ରସ୍ତୁତି ଚାଲିଛି । ଗୋପପୁରବାସୀ ନିଜନିଜ ଘର ସାଜସଜ୍ଜା କରିବାରେ ଲାଗି ପଡ଼ିଛନ୍ତି । ଗୋପପୁରରେ ଥିବା ମନ୍ଦିର ଗୁଡ଼ିକରେ ମଧ୍ୟ ର˚ଗୀନ ଚିତ୍ର ଏବ˚ ଆଲୋକମାଳାର ବ୍ୟବସ୍ଥା କରାଯାଇଛି ।

ଭଗବାନଙ୍କ ଲୀଳା ଏବ˚ ସ˚କ୍ଷିପ୍ତ ଗୀତ ଗୁଡ଼ିକୁ କାନ୍ଥରେ ପ୍ରଦର୍ଶିତ କରିବାକୁ ଯୋଜନା ରହିଛି। ଯମୁନା କୂଳ, କାଳୀୟ ଦଳନ ପୋଖରୀକୁ ସଫା କରାଯାଉଛି। କୃଷ୍ଣଲୀଳାକୁ ଏହାକୁ ଜୀବନ୍ତ ରୂପ ଦେବାକୁ ଉଦ୍ୟମ ଚାଲିଛି । ବସୁଦେବଙ୍କ ମଥୁରାରୁ ଗୋପପୁରକୁ ଆଗମନ ଏବ˚ ଅକ୍ରୁରଙ୍କ ଗୋପପୁରରୁ ମଥୁରାକୁ ପ୍ରସ୍ଥାନ, ଏହି ଆଠ ଦିନ ଗୋପପୁର ଚଳଚଞ୍ଚଳ ରହିବ ।