ଆଜି ବିଦାୟ ନେବ ଭାରତର ‘ବାହାଦୁର’ : ୪୦ ବର୍ଷର ସେବାପରେ ସେବାନିବୃତ ହେବ ଯୁଦ୍ଧ ବିମାନ ମିଗ୍-୨୭ 

175

କନକ ବ୍ୟୁରୋ : ଆଜି ଅବସର ନେବ ଭାରତୀୟ ବାୟୁସେନାର ଲଢୁଆ ବିମାନ ମିଗ୍ ୨୭ । ଏହା ସହିତ ଇତିହାସ ପାଲଟିଯିବ ମିଗ୍ ୨୭ ଯୁଦ୍ଧ ବିମାନ । କାରଗିଲ୍ ଯୁଦ୍ଧର ହିରୋ ଓ ଭାରତର ବାହାଦୁର ‘ମିଗ୍-୨୭’ ଲଢ଼ୁଆ ବିମାନର ଯୁଗ ଶେଷ ହୋଇଛି । ୪ ଦଶନ୍ଧି ଧରି ଭାରତୀୟ ବାୟୁସେନାର ଶକ୍ତି ପାଲଟିଥଲା ଏହି ଲଢ଼ୁଆ ବିମାନ । ଆଜି ଏହାକୁ ଡି-କମିସନ୍ କରାଯିବ, ଅର୍ଥାତ ସେବାନିବୃତ କରାଯିବ । ଆଜି ଏହା ଶେଷ ଉଡ଼ାଣ ସହ ଭାରତୀୟ ବାୟୁସେନାର ‘ବାହାଦୁର’ ନାମରେ ପରିଚିତ ଯୁଦ୍ଧ ବିମାନକୁ ଦିଆଯିବ ଅନ୍ତିମ ବିଦାୟ ।

ଶେଷ ହୋଇଯିବ ମିଗ୍ – ୨୭ର ଗୌରବମୟ ଅଧ୍ୟାୟ । ୪ ବର୍ଷ ଧରି ଏ ନେଇ ପ୍ରସ୍ତୁତି ଚାଲିଥିଲା । ଯୋଧପୁର ବାୟୁସେନା ଘାଟିରେ ମିଗ୍-୨୭ର ଶେଷ ସ୍କ୍ୱାଡ୍ରନର ୭ଟି ବିମାନକୁ ଆଜି ସେବାନିବୃତ କରାଯିବ । ଆଗକୁ ଏହାକୁ ଆଉ ଭାରତୀୟ ଆକାଶରେ ଦେଖିବାକୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ବାୟୁସେନା । କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ବିମାନ ଏବେ ଇତିହାସ ପାଲଟିବାକୁ ଯାଉଛି  । କାରଣ ଅନ୍ୟ କୌଣସି ଦେଶରେ ବର୍ତ୍ତମାନ ଏହି ଯୁଦ୍ଧ ବିମାନ ନାହିଁ ।