କୁନି ବୟସରେ ଅନନ୍ୟ ପ୍ରତିଭା : ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ବରଗଡ଼ର ଅଭ୍ୟାନ୍ସ କର

440

କନକ ବ୍ୟୁରୋ : କୁନି ବୟସରୁ ୨୮୦ଟି ବିଭିନ୍ନ ପ୍ରକାର ପଦାର୍ଥ ଚିହ୍ନଟ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ବରଗଡ଼ର ଅଭ୍ୟାନ୍ସ କର । ବିଭିନ୍ନ ପ୍ରକାର ପୁସ୍ତକ, ରଙ୍ଗ, ଖେଳନା, ପନିପରିବା, ପଶୁପକ୍ଷୀ, ଫଳ, ଯାନବାହାନକୁ ଚିହ୍ନଟ କରି ଅଭ୍ୟାନ୍ସ ଏବେ ଚର୍ଚ୍ଚାରେ ରହିଛନ୍ତି । ଅଭ୍ୟାନ୍ସଙ୍କୁ ଏବେ କେବଳ ଅଢ଼େଇ ବର୍ଷ । ସେ ଏବେ ୨୨ ପ୍ରକାର ରଙ୍ଗ, ୨୨ ପ୍ରକାର ପନିପରିବା, ୨୨ ପ୍ରକାର ଯାନବାହନ, ଏହିପରି ମୋଟ୍ ୨୮୦ଟି ପଦାର୍ଥକୁ ଚିହ୍ନଟ କରିପାରୁଛନ୍ତି । ଏତେ କମ୍ ବୟସରୁ ତାଙ୍କର ଏପରିି ପ୍ରତିଭା ପାଇଁ ଅଭ୍ୟାନ୍ସଙ୍କୁ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ମିଳିଛି ।