ମହାଦେବଙ୍କ ମହାମିଳନ: ହୋମ ଯଜ୍ଞରେ ପ୍ରକମ୍ପିତ ପରିବେଶ, ବିରାଟ ପଟୁଆରରେ ଆସିଲେ ଦେବାଦେବୀ 

229

କନକ ବ୍ୟୁରୋ: ହୋମ ଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଖୋର୍ଦ୍ଧା ହରିପୁର ଗାଁରେ ମହାଶମ୍ଭୁ ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ ୯ଦିନ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ  । ବିଭିନ୍ନ ସ୍ଥାନରୁ ଭିିନ୍ନ ଭିନ୍ନ ଦେବାଦେବୀ ବିରାଟ ପଟୁଆରରେ ଆସି ଏହି ଯଜ୍ଞରେ ସାମିଲ ହୋଇଥିଲେ । ମହାସ୍ନାନରୁ ନେଇ ଦେଶର ମଙ୍ଗଳ ପାଇଁ ରାମତାରକା ମନ୍ତ୍ର ଲିଖିତ ତିନିଲକ୍ଷ ପଚିଶ ସହସ୍ର ବିଲ୍ୱଦଳର ମନ୍ତ୍ର ପାଠ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିବା ବେଳେ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ ।

ହୋମ ଯଗ୍ୟଂରେ ପ୍ରକମ୍ପିତ ହେଉଛି ପରିବେଶ । ସମ୍ପୁର୍ଣ୍ଣ ରୀତିନୀତିର ସହ ଚାଲିଛି ପୂଜାର୍ଚ୍ଚନା । ଶହଶହ ଶ୍ରଦ୍ଧାଳୁଙ୍କ ସମାଗମରେ ସୃଷ୍ଟ ହୋଇଛି ଭକ୍ତିମୟ ପରିବେଶ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଚିଲିକା ନିର୍ବାଚନ ମଣ୍ଡଳୀ ହରିପୁର ଗାଁ ପଶ୍ଚିମାଭିମୁଖୀ ମହାଶମ୍ଭୁ ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ । ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ ୯ ଦିନ ଯାଏ ହୋଇଛି ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ  । କଟକ ଜିଲ୍ଲା ଆଠଗଡ ଅଂଚଳର ବିଶେଶ୍ୱର ଦେବ, ଢେଙ୍କାନାଳ ଗଁଁଦିଆର ଆରାଧ୍ୟ ଗଉଡେଶ୍ୱର ଦେବଙ୍କଠାରୁ ନେଇ  କୃଷ୍ଣପ୍ରସାଦ ଅଂଚଳର ତ୍ରିଲୋଚନ ଦେବଙ୍କ ସମେତ ୪୦ ଶମ୍ଭୁ, ୫ ଶ୍ରୀ ବିଷ୍ଣୁ ଓ ଶ୍ରୀରାମ , ୧୦ କାଠି ଠାକୁରାଣୀ ଏହି ମହାଯଜ୍ଞରେ ସାମିଲ ହୋଇଥିଲେ । ପ୍ରତି ଦେବାଦେବୀ ବିରାଟ ପଟୁଆରେ ପ୍ରତାପେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ପହଂଚିଥିଲେ । ସମସ୍ତ ଦେବାଦେବୀଙ୍କୁ ୯ ଦିନ ନୀତିର ସହ ପୂଜା ପାଇଥିବା ବେଳେ ନବମ ଦିନରେ ପୁର୍ଣ୍ଣାହୂତି ଦିଆଯାଇଛି ।

ପୁର୍ଣ୍ଣାହୁତି ପରେ ସମସ୍ତ ଦେବା ଦେବୀ ନିଜ ଆସ୍ଥାନରୁ ଉଠି ମେଳନ ପଡିଆ ଅଭିମୁଖେ ଯାତ୍ରା କରିଥାନ୍ତି । ସେଠାରେ ମେଲଣ ପଡିଆରେ ୭ଥର ପରିକ୍ରମା କରି ନିଜ ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଦିଅଁ । ବିରାଟ ଶୋଭାଯାତ୍ରାରେ ଶହଶହ ଭକ୍ତଙ୍କ ସମାଗମରେ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ । ବିରାଟ ଶୋଭାଯାତ୍ରାରେ ବେଶ ଧୁମଧାମରେ ଆୟୋଜିତ ଏହି ମେଳନରେ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ମଧ୍ୟ ସାମିଲ ହୋଇଥିଲେ ।