ପିତା ମାତା ନଥିବା ପିଲାଙ୍କ ପାଇଁ ମାଗଣା କେକ୍ , ଜାଣନ୍ତୁ କିଏ ଓ କେଉଁଠି ଖୋଲିଛନ୍ତି ଏହି ଦୋକାନ

125

କନକ ବ୍ୟୁରୋ : ଜୀବନରେ କେଉଁ ପରସ୍ଥିତିରେ ଥିଲେ ବି ଆମ ମନରେ ଦୟା, ଧର୍ମ ଓ ଦାନ ପ୍ରତି ଦୁର୍ବଳତା ରହିବା ଆବଶ୍ୟକ । କାରଣ ବିଶ୍ୱର କେହି ନା କେହି ପ୍ରତି ମୂହୁତ୍ତ୍ୱରେ ସାହାର୍ଯ୍ୟ ଅପେକ୍ଷାରେ ରହିଥାନ୍ତି । କିଏ ଖାଦ୍ୟ ପାଇଁ ତ କିଏ ବାସଗୃହ ପାଇଁ ଏଭଳି ଅନେକ ଲୋକ ଅନେକ ଆବଶ୍ୟକତା ପାଇଁ ଅନ୍ୟର ସାହଯ୍ୟ ଲୋଡିଥାନ୍ତି । ଏସବୁ ଭିତରେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି କି ଯଦି ଆମ ସାମର୍ଥ ମୁତାବକ କେହି ଆମ ଠାରୁ ସାହାଯ୍ୟ ଆଶା କରୁଛି ତେବେ ତାଙ୍କୁ ସାହଯ୍ୟ କରିବା ଉଚିତ । ଏଭଳି ଜଣେ ମହାନ ହୃଦୟ ଥିବା ବେକେରୀ ଦୋକାନୀ ଏବେ ମାଗଣାରେ କେକ୍ ବାଣ୍ଟି ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ବେକେରୀ ଦୋକାନୀ ଜଣଙ୍କ ପିତା ମାତା ନଥିବା ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ କେକ୍ ବାଣ୍ଟି ଚାଲିଛନ୍ତି । ଏବେ ଏହି ଦୋକନର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ପୋଷ୍ଟ କରିଥିବା ଆଇଏଏସ ଅଧିକାରୀ ଅବନୀଶ ଶରଣଙ୍କ ମୁତାବକ ଏଭଳି ଏକ ବେକେରୀ ଦୋକାନ ରହିଛି ଉତ୍ତର ପ୍ରଦେଶରେ ।

ଭାଇରାଲ ହେଉଥିବା ଏହି ଦୋକାନର ଫଟୋରେ ଦେଖିବାକୁ ମିଳିଛି କି ଦୋକାନର ଡିସପ୍ଲେରେ ଏକ ପୋଷ୍ଟର ଲଗାଯାଇ ଲେଖାଯାଇଛି କି ଯେଉଁ ପିଲାମାନେ ଅନାଥ ଓ ୧୪ ବର୍ଷ ମଧ୍ୟରେ ବୟସ ସେମାନଙ୍କୁ ଏଠାରେ ମାଗଣା କେକ୍ ଦିଆଯାଏ । ସୂଚନା ମୁତାବକ ଏହି ଦୋକାନ ଉତ୍ତର ପ୍ରଦେଶର ଦେବରିଆ ଠାରେ ରହିଛି ।