କରୋନା କାଳରେ ସମ୍ମାନ ପାଇଁ ଆୟୂଷ ଡାକ୍ତରଙ୍କ ଲଢେଇ । ମର୍ଯ୍ୟାଦା ଓ ଉଚିତ ପାରିଶ୍ରମିକ ପାଇଁ ସରକାରଙ୍କ ପାଖରେ ଗୁହାରୀ କଲା ଓଡ଼ିଶା ସରକାରୀ ଆର୍ୟୁବେଦୀ ଓ ହୋମିଓପାଥୀ ଚିକିତ୍ସକ ସଂଘ

86

କନକ ବ୍ୟୁରୋ: କରୋନା କାଳରେ ସମ୍ମାନ ପାଇଁ ଆୟୂଷ ଡାକ୍ତରଙ୍କ ଲଢେଇ । ମର୍ଯ୍ୟାଦା ଓ ଉଚିତ ପାରିଶ୍ରମିକ ପାଇଁ ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି ଓଡ଼ିଶା ସରକାରୀ ଆର୍ୟୁବେଦ ଓ ହୋମିଓପାଥୀ ଚିକିତ୍ସକ ସଂଘ । ଦରମା ବୃଦ୍ଧି ସାଙ୍ଗକୁ ଅବସର ବୟସ ୬୫ବର୍ଷ କରିବାକୁ ଦାବି କରିଛି ସଂଘ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆୟୁଷ ଡ଼ାକ୍ତର ଓ ଏଲୋପାଥିକ ଡ଼ାକ୍ତରଙ୍କ ଦରମା ଓ ଅବସର ବୟସ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ପାତର ଅନ୍ତର କରାଯାଇପାରିବ ନାହିଁ ।

ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଓଡ଼ିଶାରେ ଉଭୟ ଏଲୋପାଥିକ ଡାକ୍ତର ଓ ଆୟୂଷ ଡାକ୍ତରଙ୍କ ମଧ୍ୟରେ ସମାନତା ରଖିବା ପାଇଁ ରାଜ୍ୟ ସରକାରଙ୍କ ନିବେଦନ କରିଛି ସଂଘ । କୋଭିଡ ସମୟରେ ସରକାରଙ୍କ ସବୁ ନିଷ୍ପତି ମାନିଛୁ, ତେଣୁ ସରକାର ଏବେ ଆମ ସମସ୍ୟା ବୁଝନ୍ତୁ ବୋଲି ସଂଘ କହିଛି ।