୩ହଜାର ଆଶାୟୀଙ୍କ ମଧ୍ୟରୁ ଚୟନ ହେଲେ ଏହି ଯୁବକ । ଅଯୋଧ୍ୟାରେ କରିବେ ପ୍ରଭୁ ଶ୍ରୀରାମଙ୍କ ସେବା

12,873

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି ମିଳିଛି । ମୋହିତ ପାଣ୍ଡ୍ୟା ବିଶେଷ ଭାବେ ଶ୍ରୀ ଦୂଧେଶ୍ୱର ନାଥ ମଠ ମହାଦେବ ମନ୍ଦିରରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ମର, ଦିଲ୍ଲୀ ସଂନ୍ଥ ମହାମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟର ସଭାପତି ଶ୍ରୀ ପଞ୍ଚମ ଦଶମ ଜୁନା ଆଖଡାଙ୍କ ତତ୍ୱାବଧାନରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ୱରଙ୍କ ପାଇଁ ଏହା ଏକ ବଡ ସଫଳତା ।

ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ପୂଜକ ଭାବେ ଶ୍ରୀ ଦୂଧେଶ୍ୱର ପୀଠର ଛାତ୍ର ମୋହିତ ପାଣ୍ଡେଙ୍କୁ ମନୋନୀତ କରାଯାଇଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ଦିରରେ ଭଗବାନ ରାମଙ୍କ ସେବା ପାଇଁ ପୁରୋହିତ ନିଯୁକ୍ତ କରାଯିବ । ଏନେଇ ସାରା ଦେଶରୁ ୩ ହଜାର ଆବେଦନକାରୀ ଏବଂ ପୂଜକଙ୍କ ସାକ୍ଷାତକାର ନିଆଯାଇଥିଲା । ଏହି ସାକ୍ଷାତକାରରେ ଦୁଧେଶ୍ୱର ବେଦ ବିଦ୍ୟାପୀଠର ଛାତ୍ର ମୋହିତ ପାଣ୍ଡେଙ୍କ ସମେତ ୫୦ ଜଣଙ୍କୁ ରାମ ମନ୍ଦିରର ପୂଜକ ଭାବେ ଚୟନ କରାଯାଇଛି ।

ମୋହିତ ପାଣ୍ଡେଙ୍କ ସମେତ ମନୋନୀତ ସମସ୍ତ ପ୍ରାଥୀଙ୍କୁ ପ୍ରଥମ ୬ ମାସ ପାଇଁ ପ୍ରଶିକ୍ଷଣ ଦିଆଯିବ ଏବଂ ଏହାପରେ ସେମାନଙ୍କୁ ଭଗବାନ ରାମଙ୍କ ସେବାରେ ନିଯୁକ୍ତ କରାଯିବ । ଏନେଇ ଦୁଧେଶ୍ୱର ପୀଠର ମହନ୍ତ ନାରାୟଣ ଗିରି କହିଛନ୍ତି, ରାମ ମନ୍ଦିରର ପୂଜକ ଭାବେ ମୋହିତ ପାଣ୍ଡେଙ୍କ ଚୟନ କେବଳ ମନ୍ଦିର ବିଦ୍ୟାପୀଠ ଏବଂ ଗାଜିଆବାଦ ନୁହେଁ ବରଂ ସମଗ୍ର ଉତ୍ତରପ୍ରଦେଶ ଏବଂ ଦେଶପାଇଁ ଗର୍ବ ଓ ଗୌରବ ।

ସେହିପରି ସିଦ୍ଧ ସମାଧୀ ଗୁରୁ ତୟୋରାଜ ଉପାଧ୍ୟାୟ ଓ ଆଚାର୍ଯ୍ୟ ନିତ୍ୟାନନ୍ଦ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ । ଜାନୁଆରୀ ୮ ତାରିଖରୁ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ସେ ବେଦପାଠ କରିବେ ।

ଶ୍ରୀମହନ୍ତ ନାରାୟଣ ଗିରି କହିଛନ୍ତି କି, ଶ୍ରୀ ଦୁଧେଶ୍ୱର ବେଦ ବିଦ୍ୟାପୀଠ ଆଜି ଉତର ଭାରତର ସର୍ବବୃହତ ବେଦ ଓ ବିଧି ବିଦ୍ୟାଳୟ । ଯେଉଁଥିରେ ସମଗ୍ର ଦେଶର ଶିକ୍ଷାର୍ଥୀମାନେ ବେଦ ଓ ରାତିନୀତି ଶିକ୍ଷା ପାଉଛନ୍ତି ଏବଂ ବିଦ୍ୟାଳୟ, ମନ୍ଦିର ଗାଜିଆବାଦ, ଉତ୍ତରପ୍ରଦେଶ ଏବଂ ଭାରତର ସମଗ୍ର ବିଶ୍ୱରେ ସନାତନ ସଂସ୍କୃତିର ଗୌରବ ବୃଦ୍ଧି କରୁଛନ୍ତି ।