ବିଏସକେୱାଇ କାର୍ଡ-ଆୟୁଷ୍ମାନ ଯୋଜନା ଭିତରେ ଫରକ୍ ଦେଖାଇଲେ ଭିକେ ପାଣ୍ଡିଆନ୍: କହିଲେ, ବିଏସକେୱାଇ କାର୍ଡ ଏଟିଏମ ଭଳି କାମ କରୁଛି

120

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ବଙ୍ଗମୁଣ୍ଡାରେ ପ୍ରଚାର କରିଛନ୍ତି । କଣ୍ଟାବାଞ୍ଝିରୁ ଏଥର ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢୁଛନ୍ତି । ତେବେ ଏହି ପ୍ରଚାର ବେଳେ ପୁଣି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ବିଜେଡି ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରାଇଦେଉନାହିଁ ବୋଲି କହିଥିଲେ । ଯାହାର ଉତ୍ତର ଆଜି ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଆୟୁଷ୍ମାନ ଯୋଜନା ଓ ବିଏସକେୱାଇ କାର୍ଡ ଭିତରେ ସେ କେତେ ପାର୍ଥକ୍ୟ ସେ କହିଛନ୍ତି ।

ପାଣ୍ଡିଆନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଥିଲେ ଆୟୁଷ୍ମାନ ଭାରତ କାହିଁକି ଲାଗୁ କରୁନାହିଁ ଓଡିଶା ସରକାର । ମୁଁ ତଥ୍ୟ ରଖୁଛି ଏଠି, ଆୟୁଷ୍ମାନ ଭାରତରେ ୫ ଲକ୍ଷ ଟଙ୍କା ଚିକିତ୍ସା ବ୍ୟବସ୍ଥା ଅଛି, ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇରେ ପୁରୁଷମାନଙ୍କୁ ୫ଲକ୍ଷ, ମା’ମାନଙ୍କୁ ୧୦ ଲକ୍ଷ ଟଙ୍କା ଦେଉଛନ୍ତି । ଏଇଟା ହେଉଛି ନ ବୀନ ବାବୁଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଆୟୁଷ୍ମାନ ଯୋଜନାରେ ଇନ୍ସ୍ୟୁରାନ୍ସ କମ୍ପାନୀବାଲା ମାଲ ମାଲ ଟଙ୍କା ଖାଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆମ ମୁଖ୍ୟମନ୍ତ୍ରୀ ଇନ୍ସ୍ୟୁରାନ୍ସବାଲାଙ୍କୁ ବାହାରରେ ରଖିଲେ, ଆପଣ ମାନଙ୍କୁ ସ୍ମାର୍ଟ କାର୍ଡ ଦେଲେ ଏହା ଏଟିଏମକାର୍ଡ ଭଳି କାମ କରୁଛି । ଏବେ ଆପଣ କୁହନ୍ତୁ ବିଏସକେୱାଇ ଦରକାର ନା ଆୟୁଷ୍ମାନ ଯୋଜନା ଦରକାର ।

ପାଣ୍ଡିଆନ୍ ଆହୁରି କହିଥିଲେ, କେନ୍ଦ୍ରମନ୍ତ୍ରୀ ୧୦ ବର୍ଷ ଢେଙ୍କାନାଳରେ କାଟିଲେ ତାପରେ ଡରିଗଲେ ସମ୍ବଲପୁର ପଳେଇଲେ । ସେ ସବୁବେଳେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଆଶାଳୀନ ଭାଷା କହୁଛନ୍ତି, ଅସମ୍ମାନ କରୁଛନ୍ତି । ମୁଁ ତାଙ୍କୁ ଆହ୍ୱାନ ଦେବି ସେ ସରପଞ୍ଚରେ ଛିଡା ଜିତିପାରିଲେନି, ୱାର୍ଡମେମ୍ବରରେ ଜିତିପାରିଲେନି, ଜିଲ୍ଲା ପରିଷଦ ଜିତିପାରିଲେନି ଆପଣଙ୍କର କଣ ଔକାତ ଅଛି ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ । ଆପଣ ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ବସି ନିର୍ବାଚନ ଲଢୁଛନ୍ତି । ଖସିପଡିଲେ କିଛି ବି ସିଟ୍ ପାଇବେନି ।