ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଭୋଟରଙ୍କ ହାତରେ ବହୁ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା ।

61

କନକବ୍ୟୁରୋ : ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ୯ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ୯୬ଟି ଆସନରେ ହେବ ମତଦାନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୭ଶହ ୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିରେ ଅଛନ୍ତି ଅନେକ ହେଭିୱେଟ ନେତା । ବଡ଼ ବଡ଼ ଚେହେରାଙ୍କ ମଧ୍ୟରେ ଅଛନ୍ତି ଅଖିଳେଶ ଯାଦବ । ଉତରପ୍ରଦେଶ କନୌଜରୁ ନିର୍ବାଚନ ଲଢ଼ୁଛନ୍ତି ଅଖିଳେଶ ।

ସେହିପରି ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବିହାର ବେଗୁସରାଇରୁ ଗିରିରାଜ ସିଂହ, ଝାଡ଼ଖଣ୍ଡ ଖୁଂଟିରୁ ଅର୍ଜୁନ ମୁଣ୍ଡା ଓ ଆନ୍ଧ୍ରପ୍ରଦେଶ କଡପ୍ପାରୁ ୱାଇଏସ ଶର୍ମିଳା ନିର୍ବାଚନ ଲଢ଼ୁଛନ୍ତି । ପଶ୍ଚିମବଙ୍ଗ ବରହାମପୁରରୁ ଅଧିର ରଂଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ମହୁଆ ମୋଇତ୍ରା, ଆସନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ଯେଉଁ ୯୬ଆସନରେ ଆସନ୍ତାକାଲି ମତଦାନ ହେବ ୨୦୧୯ରେ ବିଜେପି ସେଥିରୁ ୪୨ଟି ଆସନରେ ବିଜୟୀ ହୋଇଥିଲା । ୱାଏସଆରସିପି ୨୨ଟି, ବିଆରଏସ ୯, କଂଗ୍ରେସ ୬, ଟିଏମସି ୪, ଓ ଟିଡିପି ୩ଟି ଆସନରେ ବିଜୟୀ ହୋଇଥିଲା ।