ରାତିରେ ବିଜୁଳି କଟିଗଲେ ଅନ୍ଧାର ହୋଇଯାଏ ଥାନା: ମୋବାଇଲ୍ ଲାଇଟରେ କାଗଜ କାମ କରନ୍ତି କର୍ମଚାରୀ

69

କନକ ବ୍ୟୁରୋ: ହଠାତ୍ ବିଦ୍ୟୁତ୍ ସରାବରାହ ବିଚ୍ଛିନ୍ନ ହେଲେ ଅନ୍ଧାର ହୋଇଯାଏ ଥାନା । ମୋବାଇଲ୍ ଫ୍ଲାସ ଲାଇଟ ଲଗାଇ କାମ କରନ୍ତି ଥାନା କର୍ମଚାରୀ । ଏବେ ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି । ବିଦ୍ୟୁତ କାଟ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଏତିକି ବେଳେ ଅସ୍ତରଙ୍ଗ ଥାନାରେ ପହିଂଥିଲେ ଆମ ପ୍ରତିନିଧି । ଲାଇନ୍ ନଥିବା ବେଳେ ଅନ୍ଧାର ହୋଇଯାଇଥିଲା ଥାନା । ଜରୁରୀ କାମରେ ଥାନାକୁ ଯାଇଥିବା ଲୋକ ବାହାରେ ଠିଆ ହୋଇଥିବା ବେଳେ ଭିତରେ ମୋବାଇଲ ଲାଇଟ୍ରେ କାମ କରୁଥିଲେ ଥାନା କର୍ମଚାରୀ । ଥାନାରେ ସୋଲାର ସିଷ୍ଟମ ଇନଭଟର ଅଛି, କିନ୍ତୁ ତାହା ଦୀର୍ଘ ଦିନ ହେବ ଅଚଳ । ତେଣୁ କୌଣସି କାରଣବଶତଃ ବିଦ୍ୟୁତ୍ ସରାବରାହ ବିଚ୍ଛିନ୍ନ ହେଲେ ଅନ୍ଧାର ହୋଇଯାଏ ଥାନା ।