ମସ୍କୋ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ । ୬୦ ମୃତ. ୧୪୦ରୁ ଅଧିକ ଆହତ ସୂଚନା ।

158

କନକ ବ୍ୟୁରୋ:ଋଷର ରାଜଧାନୀ ମସ୍କୋରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୟୁନିଫର୍ମ ପିନ୍ଧିଥିବା ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇଥିବା ବେଳେ ଏହି ଆକ୍ରମଣରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ୫ ଜଣ ଅଜଣା ଆତତାୟୀ ଆସି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।

ଗୁଳିକାଣ୍ଡ ପରେ ମଲରେ ହଇଚଇ ସୃଷ୍ଟି ହୋଇଥିଲା । ଆହତମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ସେନାର ୟୁନିଫର୍ମରେ ଥିଲେ । ଆକ୍ରମଣକାରୀମାନେ କ୍ରୋକସ୍ ସିଟି ହଲ୍ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଫଳରେ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ମଲ୍ ରେ ଏବେ ବି ଶହ ଶହ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିକଟରେ ପୁଟିନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ଆତଙ୍କବାଦୀ ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି ବିଚାର କରାଯାଉଛି । ରୁଷର

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା ପୋଷାକ ପିନ୍ଧିଥିବା ଅନେକ ବନ୍ଧୁକଧାରୀ ମସ୍କୋର ଏକ ବଡ଼ କନସର୍ଟ ହଲ୍ ରେ ପଶିଥିଲେ । ଏହାପରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆକ୍ରମଣକାରୀମାନେ ବିସ୍ଫୋରକ ସାମଗ୍ରୀ ମଧ୍ୟ ବ୍ୟବହାର କରିଥିଲେ, ଯାହା ଫଳରେ କ୍ରୋକସ୍ ସିଟି ହଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ମସ୍କୋ ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି । ରୁଷିଆର ଉଚ୍ଚସ୍ତରୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରୁଷିଆର ସୁରକ୍ଷା ଏଜେନ୍ସି ଏହି ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ ଭାବେ ବିଚାର କରୁଛନ୍ତି । ଋଷର ସୁରକ୍ଷା ଏଜେନ୍ସି ସିଆଇଏ ଉପରେ ସନ୍ଦେହ କରୁଛି । ସିଆଇଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି ବୋଲି ଏଜେନ୍ସିମାନେ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଆମେରିକା କହିଛି ଯେ ଏହି ଆକ୍ରମଣରେ ୟୁକ୍ରେନର ସମ୍ପୃକ୍ତି ନେଇ କୌଣସି ସଙ୍କେତ ନାହିଁ ।