ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ବେଳେ ହିଂସା : ୧୨୭ ଲୋକଙ୍କ ମୃତ୍ୟୁ, ୨୦୦ରୁ ଅଧିକ ଆହତ

767

କନକ ବ୍ୟୁରୋ: ଇଣ୍ଡୋନେସିଆର ଫୁଟବଲ ମ୍ୟାଚ ଚାଲିଥିବା ବେଳେ ହିଂସା ଘଟି ୧୨୭ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଗତକାଲି ଆମେରା ଏଫସି ଏବଂ ପରସେବ୍ୟା ମଧ୍ୟରେ ମ୍ୟାଚ ଚାଲିଥିଲା । ଗୋଟିଏ ଦଳ ମ୍ୟାଚ ହାରିବା ପରେ ଦଳର ସମର୍ଥକମାନେ ପଡିଆକୁ ପସିଥିଲେ ।

ଯାହାକୁ ନେଇ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ତେବେ ଦଳାଚକଟାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ଲାଠିଚାଳନା କରିଥିବା ଦେଖିବାକୁ ମିଳିଛି ।