କରୋନା ଭୟ ଭିତରେ ୫ ରାଜ୍ୟର ହେବ ବିଧାନସଭା ନିର୍ବାଚନ: ନିର୍ବାଚନ କମିଶନର କହିଲେ ଘୁଂଚାଇବାକୁ ଚାହୁଁନାହାନ୍ତି ରାଜନୈତିକ ଦଳ

99

କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟରେ ହେବ ନିର୍ବାଚନ । କରୋନା କଟକଣା ମଧ୍ୟରେ ଉତରପ୍ରଦେଶ ନିର୍ବାଚନ ହେବା ନେଇ ସବୁଜ ସଂକେତ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ସୁଶିଲ ଚନ୍ଦ୍ରା । ୟୁପିରେ ହେବାକୁ ଥିବା ନିର୍ବାଚନରେ ସମସ୍ତ ଭୋଟିଂ ବୁଥରେ ଭିବିପ୍ୟାଡ ଇନଷ୍ଟଲ କରାଯିବ । ସେହିପରି ସ୍ୱଚ୍ଛ ନିର୍ବାଚନ କରିବାପାଇଁ ପାଖାପାଖି ୧ ଲକ୍ଷ ବୁଥରେ ଲାଇଭ େଓବ କାଷ୍ଟିଙ୍ଗ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ୨୦୧୭ ବିଧାନସଭା ନିର୍ବାଚନରେ ୬୧ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ୫୯ ପ୍ରତିଶତ ହୋଇଛି । ୟୁପିରେ ରାଜନୀତିକୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ରହିଥିବା ସତ୍ୱେ ଭୋଟିଙ୍ଗ ହାର କମିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ।

ୟୁପି ନିର୍ବଚନକୁ ନେଇ ସବୁ ରାଜନୈତିକ ଦଳ କମର କସିଛନ୍ତି । ନେତାଙ୍କ ର୍ୟାଲି ପ୍ରଦେଶ ଉଠୁଛି ପଡୁଛି । ଅନ୍ୟପଟେ ଭୋଟ ହାତେଇବା ପାଇଁ ପ୍ରତିଶୁତିରେ ପୋତି ପକାଉଛନ୍ତି ରାଜନେତା । କିନ୍ତୁ ସବୁଠୁ ବଡ କଥା ହେଲା ଯେତେବେଳେ ରାଜ୍ୟ ସରକାର ଗୁଡିକ କରୋନା ବଢୁଥିବାରୁ କଡା ପ୍ରତିବନ୍ଧକ ଲଗାଉଛନ୍ତି । କରୋନା ବ୍ୟାପିବା ଆଶଙ୍କାରେ ବସ, ଅଟୋ, ଟେନ ଆଦିରେ କେବଳ ୫୦ ପ୍ରତିଶତ ଯାତ୍ରୀଙ୍କୁ ବସିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ୟୁପିରେ ହେଉଥିବା ନିର୍ବାଚନି ର୍ୟାଲିରେ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଯେଉଠି କରୋନ କଟକଣା ନିୟମର ଖୋଲା ଖୁଲି ଉଂଲଘନ ହେଉଛି । ଅନ୍ୟପଟେ ବିଭିନ୍ନ ଦଳର ନେତା ନିର୍ବାଚନ କୁ ନେଇ ଭିନ୍ନ ମତ ଦେଇଛନ୍ତି । ରାତ୍ରୀ କଟକଣା କେବଳ ପ୍ରହସନ ବୋଲି କହିଛନ୍ତି ଆରଜେଡି ନେତା ।

ଅନ୍ୟପଟେ ସଂକ୍ରମଣ ବ୍ୟାପିବା ଭୟରେ ସରକାର କଟକଣା କଡାକଡି କରିଛନ୍ତି । ବିବାହ ଏବଂ ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦେଇଛନ୍ତି । କିନ୍ତୁ ରାଜନୈତିକ ର୍ୟାଲି ହଜାର ହଜାର ଲୋକଙ୍କ ଏକାଠି ହେବା ଉପରେ କୌଣସି କଟକଣା ନାହିଁ । ଯାହା ଆଗାମି ସଂକ୍ରମଣ ବଢାଇବାରେ ମୁଖ୍ୟ କାରଣ ହୋଇପାରେ ବୋଲି ଆଶଙ୍କା କରଯାଉଛି ।