ଶ୍ରୀକ୍ଷେତ୍ରର Architectural plan କିପରି ହେବ ? ଇ-ମେଲ୍ ଜରିଆରେ ଜନସାଧାରଣଙ୍କ ମତାମତ ଲୋଡ଼ିଲେ ସରକାର

673

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରର ଚେହେରା ବଦଳିବ । ଶ୍ରୀମନ୍ଦିରର ସ୍ଥାପତ୍ୟ, କଳା, ଐତିହ୍ୟ, ଇତିହାସ, କାରୁକାର୍ଯ୍ୟ ଓ ଜଗନ୍ନାଥ ସଂସ୍କୃତି ବଜାୟ ରହିବା ଭଳି କଳାକୃତି ସ୍ଥାନ ପାଇବ । ଆଉ ଏଥିରେ ରହିବ ସାଧାରଣ ଲୋକଙ୍କ ଯୋଗଦାନ । ପୁରୀ ସ୍ଥାପତ୍ୟର କଳେବର ପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର । ଜନସାଧାରଣ ସେମାନଙ୍କ ମୂଲ୍ୟବାନ ମତକୁ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ପଠାଇବା ପାଇଁ ଅନୁରୋଧ କରାଯାଇଛି । ଜନସାଧାରଣଙ୍କ ମତାମତ ଆଧାରରେ ପୁରୀର ଚୂଡ଼ାନ୍ତ Architectural plan ବିକଶିତ ହୋଇ ଫେବୃୟାରୀ ପ୍ରକାଶିତ ହେବ ।

ପୁରୀର ଐତିହ୍ୟ କରିଡ଼ର ବିକାଶ ପାଇଁ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଓଡ଼ିଶା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ହେରିଟେଜ୍ ଚିଠା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀର କଳେବର କିପରି ହେବ ? ପୁରୀର Architectural plan ପାଇଁ ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ।

ଅନ୍ୟପଟେ ଜଗନ୍ନାଥଙ୍କ ପାଇଁ ଯେଉଁ ମଠ ଓ ଲୋକେ ଜମିଦାନ କରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କାମ ପାଇଁ ଜମି ଦାନ କରିଥିବା ଲୋକଙ୍କ ନାମ ଐତିହ୍ୟ କରିଡ଼ରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହେବ । ଆଜି ଲୋକାର୍ପଣ ହୋଇଥିବା ଚିଠାରେ କରିଡ଼ର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

ସୂଚନାଯୋଗ୍ୟ ପୁରୀକୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ପାଇଁ ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଯାତ୍ରୀଙ୍କ ସୁବିଧା ନିମନ୍ତେ ଧାଡ଼ିର ଶୃଙ୍ଖଳିତ ବ୍ୟବସ୍ଥା ଓ ମଝିରେ ମଝିରେ ବିଶ୍ରାମାଗାରରେ ସୁବିଧା କରାଯିବାର ଯୋଜନା ହୋଇଛି । କେବଳ ଏତିକି ନୁହେଁ ଶୃଙ୍ଖଳା ପାଇଁ ସିସିଟିଭିି ବ୍ୟବସ୍ଥା ସହିତ ଶୌଚାଳୟର ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ନିରାପତ୍ତା ବ୍ୟବସ୍ଥାକୁ ସଦୃଢ଼ କରାଯିବ । ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଦଶାବତାର, ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଯାତ୍ରୀଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ ।