ନେତାଙ୍କ ମୁହଁରେ ବ୍ଲାକମେଲର ଅର୍ଚ୍ଚନା ନାଗର କଥା। ତାରାଙ୍କ ବିସ୍ଫୋରକ ବୟାନ, ଅର୍ଚ୍ଚନାଙ୍କ ଗଙ୍ଗାରେ ଗାଧୋଇଛନ୍ତି ବହୁନେତା।

228

କନକ ବ୍ୟୁରୋ: କେତେ ଦୂର ଲମ୍ବିଛି ଅର୍ଚ୍ଚନାଙ୍କ ନାଗଫାଶ? ପୁଲିସର ତଦନ୍ତକୁ ନେଇ ଉଠିଲା ବଡ ପ୍ରଶ୍ନ । ପଲ୍ଲୀରୁ ସହର ଯାଏଁ ବ୍ଲାକରମେଲ କ୍ୱିନ ଅର୍ଚ୍ଚନା ନାଗଙ୍କ ଚର୍ଚ୍ଚା । ଅର୍ଚ୍ଚନାଙ୍କ ନାଗଫାସରେ କେତେ ବଡ ବଡ ନେତା ଫସିଥିବା ଚର୍ଚ୍ଚା ହେଉଛି । ହେଲେ କାହା କାହାର ସମ୍ପୃକ୍ତି ରହିଛି ଏ ନେଇ ପୁଲିସ ମୁହଁ ଖୋଲୁନାହିଁ କି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁନାହିଁ । ଏହା ପୁରା ଘଟଣାକୁ ରହସ୍ୟାବୃତ୍ତ କରିଦେଇଛି । କିନ୍ତୁ ଏହାକୁ ନେଇ ଥମୁନାହିଁ ରାଜନୈତକ ବୟାନବାଜି । କଂଗ୍ରେସର ବିଧାୟକ ତାରାପ୍ରସାଦ ବାହିନୀପତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି,
ଅର୍ଚ୍ଚନା ମାମଲା ଏକ ବଡ଼ ସେକ୍ସ ସ୍କାଣ୍ଡାଲ
– ବିଜେପି ଓ ବିଜେଡିର ବହୁ ନେତା ଅର୍ଚ୍ଚନା ଗଙ୍ଗାରେ ଗାଧୋଇଛନ୍ତି
– ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ ସଂପୃକ୍ତି ଥିବାରୁ ସ୍ଥାଣୁ ପାଲଟିଛି ପୋଲିସ
– ଅଞ୍ଜନା ମିଶ୍ର ମାମଲାଠାରୁ ଅର୍ଚ୍ଚନା ନାଗ ମାମଲା ଅତି ସାଂଘାତିକ
– ଏସଆଇଟି ଗଠନ କରାଯାଇ ତଦନ୍ତ କରାଯାଉ

ସେପଟେ ଶାସକ ଦଳର ମନ୍ତ୍ରୀ ଅଶ୍ୱିନୀ ପାତ୍ର ଭିନ୍ନ ପ୍ରତିକ୍ରିୟା ଦେଇ ବିରୋଧୀଙ୍କ କୋର୍ଟଙ୍କୁ ବଲ ଫିଙ୍ଗିଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ଭୁବନେଶ୍ୱରର ସିପି ଅଫିସ ଘେରାଉ କରିଛି ଯୁବ କଂଗ୍ରେସ । ଯୁୁବ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି, ଘଟଣାକୁ ଘଂଟ ଘୋଡାଇବା ପାଇଁ ଶାସକ ଦଳର ନେତା, ମନ୍ତ୍ରୀ, ଅନେକ ବ୍ୟବସାୟୀ ଓ ଶିଳ୍ପପତି ଉଦ୍ୟମ କରୁଛନ୍ତି । ତେଣୁ ଘଟଣାର ନିରପେକ୍ଷ ତଦନ୍ତ ହେଉ । ଅର୍ଚ୍ଚନା ନାଗର ଜାମିନ ଆବଦେନ ଖାରଜ ହୋଇସାରିଛି । ତେବେ ତଦନ୍ତ ଅଗ୍ରଗତି ନେଇ ପୁଲିସ ମୁହଁ ନ ଖୋଲିବା ଅନେକ ସନ୍ଦେହ ସୃଷ୍ଟି କରିଛି ।
– ଯେଉଁମାନେ ସାକ୍ଷୀ ଦେଲେ, ସେମାନେ କ’ଣ କହିଲେ?
– ଅର୍ଚ୍ଚନାଙ୍କ ଘରୁ ପୋଲିସ ନଗଦ କେତେ ଟଙ୍କା, ଦାମୀ କାର ଓ ବାଇକ ଜବତ କଲା?
– ଜେରା ବେଳେ ଜଗବନ୍ଧୁ ପୋଲିସକୁ କ’ଣ କହିଲେ?
– ଜବତ ମୋବାଇଲ ଫୋନ, ହାର୍ଡ ଡିସ୍କ. ଟାବଲେଟରୁ ପୋଲିସ କ’ଣ ପାଇଲା?
– ତଦନ୍ତକାରୀ ଅଧିକାରୀ କି ଖୋଦ୍ ଡିସିପି କିମ୍ବା ସିପି କାହିଁକି ଦେଉନାହାନ୍ତି କିଛି ସୂଚନା?
– ପୋଲିସ୍ ତା’ର କେସ୍ ଡାଏରୀରେ ମାମଲାକୁ ଅନ୍ତର୍ଭୁକ୍ତ କରିବ କି ନାହିଁ?