ବାତ୍ୟା ପାଇଁ ସମୁଦ୍ର ଭିତରେ ସ୍ଥିତି ଅନୁକୂଳ। ବାତ୍ୟା ପଛର କାରଣ କଣ? ସମୁଦ୍ର ଭିତରେ କେମିତି ତିଆରି ହୁଏ ବାତ୍ୟା…

264

କନକ ବ୍ୟୁରୋ: ସମୁଦ୍ର ଭିତରେ ଅନେକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିଲେ ବି ସବୁ ଲଘୁଚାପ ବାତ୍ୟାର ରୂପ ନେଇ ନଥାଏ । ସମୁଦ୍ର ଭିତରେ ଯେତେବେଳ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ରହିଥାଏ ସେତେବେଳେ ଲଘୁଚାପ ବାତ୍ୟାର ରୂପ ନେଇଥାଏ । ଆଉ ସମୁଦ୍ର ଭିତରର ସ୍ଥିତିକୁ ଦେଖି ବାତ୍ୟା ସମ୍ଭାବନା ଅଛି କି ନାହିଁ ତାର ପୂର୍ବାନୁମାନ କରେ ପାଣିପାଗ ସଂସ୍ଥା । ବିଶେଷ କରି ସମୁଦ୍ରର ଅବସ୍ଥା, ସମୁଦ୍ରର ତାପମାତ୍ରା, ସମୁଦ୍ରର ତାପଜଶକ୍ତି, ବାୟୁମଣ୍ଡଳରେ ପବନର ବେଗକୁ ହିସାବକୁ ନେଇ ବାତ୍ୟା ଆକଳନ କରିଥାଏ ପାଣିପାଗ ସଂସ୍ଥା ।

ଏବେ ନଜର ପକାନ୍ତୁ ବାତ୍ୟା ପାଇଁ କେମିତି ଅନୁକୂଳ ରହିଛି ସମୁଦ୍ର ଭିତରର ସ୍ଥିତି । ପାଣିପାଗ ଉପରେ ଗବେଷଣା କରୁଥିବା ବଶେଷଜ୍ଞଙ୍କ ସୂଚନା ଅନୁସାରେ
– ବଙ୍ଗୋପସାଗରରେ ବର୍ତ୍ତମାନ ତାପମାତ୍ରା ୨୯ରୁ ୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି
– ୨୬.୫ଡିଗ୍ରୀରୁ ଅଧିକ ତାପମାତ୍ରା ରହିଲେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ
– ମ୍ୟାଡ଼େନ ଜୁଲିଆନ ଅସ୍କିଲେସନ ଇଣ୍ଡେକ୍ସ ପର୍ଯ୍ୟାୟ ୬ରେ ରହିଛି ଓ ଏହାର ତୀବ୍ରତା ୧ ଉପରେ ଅଛି
– କ୍ରମେ ଏହାର ତୀବ୍ରତା ବୃଦ୍ଧି ପାଇବା ସହ ଆଗାମୀ ୪ ଦିନ ଧରି ଏହା ଷଷ୍ଠ ପର୍ଯ୍ୟାୟରେ ରହିବ
– ଯାହା ବାଦଲ ଏକତ୍ରୀକରଣରେ ସାହାଯ୍ୟ କରିବ
– ଆଣ୍ଡାମାନ ସାଗରରେ ପବନର ବେଗ ପାଖାପାଖି ୨୮ କିମି ପ୍ରତି ଘଣ୍ଟା ରହିଛି
– ଏହା ମଧ୍ୟ ବାତ୍ୟା ଦାନା ବାନ୍ଧିବାରେ ସାହାଯ୍ୟ କରିବ
ଏହି ସବୁ କାରଣକୁ ନେଇ ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ନେଇ ଆକଳନ କରୁଛି । ଏଥସହ ରାଡାରର ସୂଚନା, ସାଟେଲାଇଟ୍ ତଥ୍ୟକୁ ବିଶ୍ଳେଷଣ କରି ବାତ୍ୟାର ଆକଳନ କରିଥାଏ ପାଣିପାଗ ବିଭାଗ ।