ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ । ମୋତେ ଫସାଇ ଦିଆଯାଇଛି, କାହାକୁ ଛାଡିବିନି । ଇଡିକୁ ଅପେକ୍ଷା କରିଥିଲି ।

179

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ବ୍ଲାକ୍ମେଲ କୁଇନ୍ ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଛି ଇଡି । ଝାରପଡା ଜେଲରେ ଅର୍ଚ୍ଚନାଙ୍କୁ ଆଣି ସିଧା କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୭ ଦିନିଆ ରିମାଣ୍ଡରେ ଇଡି ଅର୍ଚ୍ଚନାଙ୍କୁ ନେଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । କାରଣ ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ଚେହେରାଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ତେଣୁ ସେହି ବଡ ଚେହେରା କିଏ ଯିଏ ଅର୍ଚ୍ଚନାଙ୍କ ଏହି କଳାସାମ୍ରାଜ୍ୟରେ ସମ୍ପୃକ୍ତି ରହିଛି ତାହା ଉପରୁ ଖୁବଶୀଘ୍ର ପରଦା ହଟିବ ବୋଲି କୁହାଯାଉଛି ।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା ନାଗ କହିଛନ୍ତି, ଇଡି ଉପରେ ମୋର ବିଶ୍ୱାସ ଅଛି । ତଦନ୍ତରେ ନିଶ୍ଚୟ ସହଯୋଗ କରିବି । ଇଡିକୁ ମୁଁ ଅପେକ୍ଷା କରିଥିଲି । ମୁଁ ଜାଣିପାରୁନି କିଏ ମୋତେ ଫଶାଉଛି । ମୁଁ କଣ ଆତଙ୍କବାଦୀ ଭଳି ଦେଖାଦେଉଛି । ଆପଣଙ୍କ ମା’ ଭଉଣୀ ଭଳି ମୁଁ ଜଣେ ମହିଳା । ମୁଁ ସହ ଯାହା ବି ହୋଇଛି ତାହାର ତଦନ୍ତ ହେଉ । ଏହାସହ କମିଶନରେଟ ପୋଲିସ ଉପରେ ମଧ୍ୟ ବର୍ଷିଛନ୍ତି ଅର୍ଚ୍ଚନା । ମୋତେ ୩୦ ମିନିଟ ସମୟ ଦିଅନ୍ତୁ, ସବୁ ତଥ୍ୟ ପ୍ରମାଣ ସହ ଦେବି । ଏହାସହ ଅର୍ଚ୍ଚନା କହିଛନ୍ତି, ମୋତେ ଫସାଇ ଦିଆଯାଇଛି କାହାକୁ ଛାଡିବନିି ।