‘ଦୁଇ ଥର ଚିଠି ଲେଖିଲି ଶୁଣିଲେନି… କେଜ୍ରିୱାଲଙ୍କ ଅବସ୍ଥା ପାଇଁ ମୋର ଦୁଃଖ ନାହିଁ’: ଆନ୍ନା ହଜାରେ ।

611

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପରେ ବଡ ବୟାନ ଦେଇଛନ୍ତି ସମାଜସେବୀ ଆନ୍ନା ହଜାରେ । ସେ କହିଛନ୍ତି, ‘ ମୋତେ ଏବେ ଖରାପ ଲାଗୁଛି ଯେ , ସେ ମୋ କଥା ମାନିଲେନି । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ନୂଆ ଅବକାରୀ ନୀତିକୁ ନେଇ ମୁଁ ତାଙ୍କୁ ୨ ଥର ଚିଠି ଲେଖିଲି । କିନ୍ତୁ ସେ ମୋ ଚିଠିର ମର୍ମକୁ ଗ୍ରହଣ କଲେନାହିଁ ।

ଆନ୍ନା ଆହୁରି ମଧ୍ୟ କହିଛନ୍ତି, ‘ଯେତେବେଳେ କେଜ୍ରିୱାଲ ଓ ମନୀଷ ସିସୋଦିଆ ନୂଆ ନୂଆ ମୋ ସହ ଯୋଗ ଦେଇଥିଲେ ସେତେବେଳେ ମୁଁ ସେମାନଙ୍କୁ ବୁଝାଇ କହିଥିଲି ସବୁବେଳେ ଦେଶର ସ୍ୱାର୍ଥ ପାଇଁ କାମ କରିବାକୁ । କିନ୍ତୁ ସେମାନେ ମୋ କଥାକୁ ଧ୍ୟାନ ଦେଲେ ନାହିଁ ବରଂ କେଜ୍ରିୱାଲ ମୋତେ ଆଉ ଉପଦେଶ ନଦେବାକୁ କହିଥିଲେ । ସରକାର ତା ଅନୁସାରେ କାମ କରିବ ବୋଲି କହିଥିଲେ । ତେଣୁ ଆଜି ତାଙ୍କର ଏଭଳି ଅବସ୍ଥାରେ ମୋତେ ଦୁଃଖ ଲାଗୁନି’ ।