ଧରାପଡ଼ିଲା ପଳାତକ ଅମ୍ରିତପାଲ ସିଂ । ୩୬ ଦିନର ଲୁଚକାଳି ଖେଳ ପରେ ମୋଗା ଅଞ୍ଚଳରୁ ଗିରଫ କଲା ପଞ୍ଜାବ ପୋଲିସ ।

135

କନକ ବ୍ୟୁରୋ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଶେଷରେ ଧରାପଡିଛି । ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ଗିରଫ କରାଯାଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଛି । ପରେ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି । ପୁଲିସ ସୂଚନା ଅନୁସାରେ ମୋଗା ଜିଲ୍ଲାର ରୋଡ ଭିଲେଜ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ସେଠାରେ ଶରଣ ପଶିବା ସହ ପ୍ରବଚନ ଦେଉଥିଲା ଅମୃତପାଲ । ଗୁରୁଦ୍ୱାରରୁ କେହି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସେଠାରେ ପହଞ୍ଚିବା ପରେ ଅମୃତପାଲ ଆତ୍ମସମର୍ପଣ କରିଥିଲା ।

  • ଖଲିସ୍ତାନୀ ନେତା ଅମ୍ରିତପାଲର ଖେଳ ଖତମ୍
  • ୩୬ ଦିନର ଲୁଚକାଳି ପରେ ଗିରଫ

ପଞ୍ଜାବରେ ଦୀର୍ଘଦିନ ଧରି ଆତଙ୍କ ଖେଳାଇଥିବା ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂ ଶେଷରେ ଧରାପଡିଛି । ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଛି ଅମ୍ରିତପାଲ । ପରେ ଅମ୍ରିଲପାଲକୁ ଗିରଫ କରି ପଚରାଉଚରା ଜାରି ରହିଛି । ପୁଲିସ ସୂଚନା ଅନୁସାରେ, ମୋଗା ଜିଲ୍ଲାର ରୋଡ ଭିଲେଜ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ସେଠାରେ ଶରଣ ପଶିବା ସହ ପ୍ରବଚନ ଦେଉଥିଲା ଅମୃତପାଲ । ଗୁରୁଦ୍ୱାରରୁ କେହି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସେଠାରେ ପହଞ୍ଚିବା ପରେ ଅମୃତପାଲ ଆତ୍ମସମର୍ପଣ କରିଥିଲା ।

  • ଖଲିସ୍ତାନୀ ସଙ୍ଗଠନ ‘ୱାରିସ ପଞ୍ଜାବ ଦେ’ର ନେତୃତ୍ୱ ନେଉଥିଲା ଅମ୍ରିତପାଲ
  • ପଞ୍ଜାବର ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଥିଲା ଅମ୍ରିତପାଲ
  • ଖଲିସ୍ତାନୀ-ପାକିସ୍ତାନୀ ଏଜେଂଟ ବୋଲି ଅଭିଯୋଗ
  • ବେଆଇନ ଭାବେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣୁଥିବା ଅଭିଯୋଗ
  • ବିଦେଶରୁ ଟଙ୍କା ଆଣି ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ଅମ୍ରିତପାଲଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆକ୍ଟରେ ମାମଲା
  • ଅମ୍ରିତପାଲଙ୍କ ସମର୍ଥକ ଖଣ୍ଡା, ବନ୍ଧୁକ ଧରି ପଂଜାବରେ ଆତଙ୍କରାଜ ଖେଳାଇଥିଲେ

ଅମ୍ରିତପାଲଙ୍କ ସିଂଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ କହିଛନ୍ତି, ଯେଉଁମାନେ ଅଶାନ୍ତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

  • କେମିିତି ଖସିଯାଉଥିଲା ଅମ୍ରିତପାଲ?
  • ଗିରଫ ପୂର୍ବରୁ ଶିଖଙ୍କୁ ଉସୁକାଇବାକୁ ଉଦ୍ୟମ

ତେବେ ଗିରଫ ହେବା ପୂର୍ବରୁ ଅମ୍ରିତପାଲ ନିଜେ ହିଁ କହିଛି ସେ ଏତେଦିନ ଯାଏଁ କେଉଁଠି ଥିଲା । ଅମ୍ରିତପାଲଙ୍କ କହିବା ଅନୁସାରେ, ସାଙ୍ଗସାଥିଙ୍କ ସହଯୋଗ ଯୋଗୁଁ ଏତେଦିନ ରହିବା ସମ୍ଭବ ହୋଇପାରିଲା । ମୋ ଗିରଫଦାରୀ ଶେଷ ନୁହେଁ, ବରଂ ଆରମ୍ଭ ମାତ୍ର । ଯିଏ ଲଢିବା ପାଇଁ କହି ଦେଇଛି, ସିଏ ଆଗକୁ ବଢିବା ପାଇଁ ସାହସ ଦେବ । ଅମ୍ରିତପାଲ ଗିରଫ ପରେ ତାଙ୍କ ପରିବାର ଲୋକ ବି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅମ୍ରିତପାଲଙ୍କ ବାପା କହିଛନ୍ତି, ତାଙ୍କ ପୁଅ ପଞ୍ଜାବରେ ନିଶା କାରବାର ରୋକିବା ଦିଗରେ କାମ କରୁଛି । ସମସ୍ତେ ଏହି ମିଶନକୁ ଆଗକୁ ବଢାଇବା ଦରକାର । ଅମ୍ରିତପାଲଙ୍କ ମାଆ କହିଛନ୍ତି , ତାଙ୍କ ପୁଅ ଜଣେ ଯୋଦ୍ଧା ଭଳି ଆତ୍ମସମର୍ପଣ କରିଛି । ସେଥିପାଇଁ ସେ ଗର୍ବିତ । ଆଗକୁ ଆଇନର ଲଢେଇ ଜାରି ରହିବ ।

ଗିରଫ ପରେ ଅମ୍ରିତପାଲକୁ ଆସାମର ଦିବ୍ରୁଗଡ କେନ୍ଦ୍ରୀୟ ଜେଲକୁ଼ ନିଆଯାଇଛି । ଅମ୍ରିତପାଲଙ୍କୁ ସେଠାରେ ଏନଆଇଏ ଜେରା କରିବ । ସେଠାରେ ତାଙ୍କର ଅନ୍ୟ ୮ ଜଣ ଘନିଷ୍ଠ ସହଯୋଗୀ ଗିରଫ ହୋଇ ଏନଆଇଏ ହେପାଜତରେ ଅଛନ୍ତି । ଅମୃତପାଲ ଫେରାର ହେବା ପରେ ତାଙ୍କର ଏହି ସହଯୋଗୀଙ୍କୁ ଜାତୀୟ ସୁରକ୍ଷା ଆକ୍ଟ ଅନୁସାରେ ଗିରଫ କରାଯାଇଛି ।