ଧାରା-୩୭୦ ଉଚ୍ଛେଦ ପଛର ଭାଇରାଲ କାହାଣୀ । ସୋସିଆଲ ମିଡିଆରେ ମଜାଳିଆ କଥା ।

734

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରକୁ ନେଇ ଆଜି ଐତିହାସିକ ନିଷ୍ପତି ନେଇଛନ୍ତି ମୋଦି ସରକାର । ଦୀର୍ଘ ଦିନରୁ ଜାମ୍ମୁକାଶ୍ମୀରକୁ ନେଇ ଯେଉଁ ଆଶା ଆଶଙ୍କା ରହିଥିଲା, ତାହାର ସମାଧାନ କରି ଏକ ନୂଆ ଇତିହାସ ଲେଖିଛନ୍ତି ମୋଦି ସରକାର । ସମ୍ବିଧାନର ୩୭୦ ଧାରା ହଟାଇବାକୁ ରାଜ୍ୟସଭାରେ ପ୍ରସ୍ତାବ ଆଣିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଆଉ ଶାହାଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରି ପରେ ଘାଟିରୁ ଧାରା-୩୭୦କୁ ହଟାଇଦିଆଯିବା ସହ ରାଜ୍ୟ ମାନ୍ୟତା ହରାଇଛି ଜାମ୍ମୁକାଶ୍ମୀର । ଘାଟିକୁ ଦୁଇଭାଗରେ ବିଭକ୍ତ କରିଦିଆଯାଇଛି । ଜାମ୍ମୁକାଶ୍ମୀରରୁ ଅଲଗା ହୋଇଛି ଲଦ୍ଦାଖ । ଜାମ୍ମୁକାଶ୍ମୀରକୁ କେନ୍ଦ୍ରଶାସିତ ଅଂଚଳ କରାଯାଇଥିବାବେଳେ ଲଦ୍ଦାଖକୁ ବି କେନ୍ଦ୍ରଶାସିତ ଅଂଚଳ ମାନ୍ୟତା ଦିଆଯାଇଛି ।

ମୋଦି ସରକାରଙ୍କ ଏହି ବଡ ନିଷ୍ପତି ପରେ ଦେଶର ରାଜନୀତି ସରଗରମ ହୋଇଥିବା ବେଳେ ଅନେକ ସୋସିଆଲ ମିଡିଆରେ ମଜାଳିଆ ମେସେଜ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଜାଳିଆ ଫଟୋ ସହ ବିରୋଧୀଙ୍କୁ ଟ୍ରୋଲ୍ କରାଯାଇଥିବାର ଦେଖିବାକୁ ମିଳିଛି । ଆଉ ଏହି ମେସେଜ୍ ଗୁଡିକରେ ଅମିତ ଶାହାଙ୍କୁ ‘ମୋଟା ଭାଇ’ର ଆଖ୍ୟା ଦିଆଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ମଜାଳିଆ ଫଟୋରେ ଲୋକମାନେ କହ୍ନେୟା କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ବଲିଉଡ୍ ଅଭିନେତା ନାସିରୁଦ୍ଦିନ ଶାହଙ୍କ ସମେତ ମୋଦି ବିରୋଧୀଙ୍କ ପରିହାସ କରାଯାଇଛି ।

ଜାମ୍ମୁକାଶ୍ମୀରରୁ ଧାରା-୩୭୦କୁ ହଟାଇ ଦିଆଯିବା ପରେ ଜେଏନୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ମଧ୍ୟ ଟ୍ରୋଲର ଶିକାର ହେବାକୁ ପଡିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମିମରେ ବଲିଉଡ୍ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ମଧ୍ୟ ଟ୍ରୋଲ୍ କରାଯାଇଛି ।

ଘାଟିରୁ ଧାରା-୩୭୦ ହଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି ।

‘ସମସ୍ତେ ଜନ-ଗଣ-ମନ ମନେ ରଖନିଅନ୍ତୁ, ମୋଦି ଶାହା ଆସିବାକୁ ଯାଉଛନ୍ତି’ । ଏହି ମିମରେ ଫାରୁଖ୍ ଅବଦୁଲ୍ଲା କହୁଥିବାର ନଜର ଆସୁଛନ୍ତି ।

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ମଧ୍ୟ ଟ୍ରୋଲର ଶିକାର ହେବାକୁ ପଡିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମିମରେ ଭାରତର ମାନଚିତ୍ରକୁ ଗେରୁଆ ରଙ୍ଗର ପଗଡି ଏବଂ ଗାମୁଛାରେ ଘୋଡାଇ ଦିଆଯାଇଛି ।

ଅନେକ ଲୋକ ଏପରି କିଛି ଫଟୋ ସେୟାର କରୁଛନ୍ତି, ଯେଉଁଥିରେ ଏକ ମାଇଲ୍ ଖୁଣ୍ଟରେ ଲେଖାହୋଇଛି ଯେ, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଏକ ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ମୋଦିଙ୍କ ପଛରେ ‘୩୭୦ ହଟାଓ, ଆତଙ୍କବାଦୀ ମିଟାଓ’ ଲେଖାହୋଇଛି ।

ନଜର ପକାନ୍ତୁ ଏଭଳି ଆଉ କିଛି ମିମ୍ ଉପରେ ।