ବିଜେପି ଫୋକସରେ ଓଡିଶା ! ଆସନ୍ତା କାଲି ଆସୁଛନ୍ତି ଅମିତ ଶାହା, ମିଶନ ୧୨୦ର ସମୀକ୍ଷା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
କନକ ବ୍ୟୁରୋ: ବିଜେପି ଜାତୀୟ ସଭାପତି ଅମିତ ଶାହ ଙ୍କ ଓଡିଶା ରଣନୀତି । କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । କାଲି ସେ ୨ଟି ପର୍ପ୍ୟାୟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟ ଅଫିସରେ ୨ଟି ବୈଠକ ହେବା ସହ ୩ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୧ ବିଧାନସଭା ନିର୍ବାଚନମଣ୍ଡଳୀର ବଚ୍ଛାବଛା କର୍ମକର୍ତାଙ୍କ ସହ ଆଲୋଚନା କରିବେ ପ୍ରଦର୍ଶନୀ ପଡିଆରେ । ଅମିତଙ୍କ ଓଡିଶା ରଣନୀତି ନେଇ ଜୋସରେ ଅଛନ୍ତି ରାଜ୍ୟ କର୍ମକର୍ତା । ପଂଚାୟତ ନିର୍ବାଚନରେ ବିଜେପିର ଭଲ ପ୍ରଦର୍ଶନ ପରେ ଓଡିଶା ପାଇଁ ଖାସ ରଣନୀତି କରିଛି ବିଜେପି । ଏହି କ୍ରମରେ ବିଜେପିର ଜାତୀୟ ନେତା ଓ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୁଣି ଓଡିଶା ଗସ୍ତରେ ଆସିପାରନ୍ତି ବୋଲି ନିକଟରେ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ସୂଚନା ଦେଇଛନ୍ତି ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଦିଙ୍କ ଓଡିଶା ଗସ୍ତ ବିଷୟରେ କୌଣସି କାର୍ଯ୍ୟସୂଚୀ ବିଦ୍ଧିବଧ ଭାବେ ରାଜ୍ୟ ବିଜେପିର ହସ୍ତଗତ ହୋଇ ନଥିଲେ ମଧ୍ୟ, କିନ୍ତୁ ଜୁଲାଇ ମାସ ଶେଷ ସୁଦ୍ଧା ଓଡିଶା ପ୍ରଧାନମନ୍ତ୍ରୀ ଗସ୍ତରେ ଆସିପାରନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି । ଏବଂ ଓଡିଶାର ଏକ ସ୍ୱତନ୍ତ୍ର ଅଞ୍ଚଳରେ ଜନସାଧାରଣଙ୍କଚ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ସମ୍ଭାବନା ରହିଛି ବୋଲି ବିଜେପି ପକ୍ଷରୁ ସୁଚନା ମିଳିଛି ।