ଏଭଳି ଏକ ମନ୍ଦିର ଯେଉଁଠି ପ୍ରବେଶ କରିବାକୁ ହେଲେ ପୁରୁଷ ଧାରଣ କରନ୍ତି ନାରୀବେଶ! ଜାଣନ୍ତୁ କେଉଁଠି ?
ଭାରତ ବ୍ୟତୀତ ଦୁନିଆରେ ଏମିତି କେତେକ ମନ୍ଦିର ଓ ପବିତ୍ର ସ୍ଥାନ ଅଛି ଯେଉଁଠାରେ ମହିଳାଙ୍କ ପ୍ରବେଶ ଉପରେ ଅଙ୍କୁଶ ଲାଗିଥାଏ। ଆପଣ ଜାଣନ୍ତି, ଭାରତରେ ଏକ ଏମିତି ମନ୍ଦିର ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି। ଯଦି କୌଣସି ପୁରୁଷ ଏହି ମନ୍ଦିରକୁ ଯିବାକୁ ଚାହାନ୍ତି ତେବେ ସେମାନଙ୍କୁ ମହିଳାଙ୍କ ଭଳି ସଜାଇ ହେବାକୁ ପଡ଼ିଥାଏ। ଏଥିପାଇଁ ମନ୍ଦିର ପରିସରରେ ପୁରୁଷମାନେ ମହିଳାଙ୍କ ଭଳି ସଜେଇ ହେବାର ସାମଗ୍ରୀ ମିଳିଥାଏ।
Kanak News is now on WhatsApp
Join and get latest news updates delivered to you via WhatsApp
କେରଳର କୋଲ୍ଲମ ଜିଲ୍ଲାସ୍ଥିତ କୋତ୍ତାନକୁଲଙ୍ଗରା ଦେବୀ ମନ୍ଦିର ପୂରା ଦେଶରେ ଏଥିପାଇଁ ପ୍ରସିଦ୍ଧ କାରଣ ଏଠାକୁ ପୁରୁଷଙ୍କ ପ୍ରବେଶକୁ ବାରଣ କରାଯାଇଥାଏ। ଏହି ମନ୍ଦିରର ପ୍ରଥା ରହିଛି, ଏହା ଭିତରକୁ ପୂଜା କରିବା ପାଇଁ କେବଳ ମହିଳା ହିଁ ଯାଇ ପାରିବେ। ଯେଉଁ ପୁରୁଷ ଏହି ମନ୍ଦିର ଭିତରକୁ ଯିବାକୁ ଚାହିଁବେ ତାଙ୍କୁ ମହିଳାଙ୍କ ବେଶ ଧାରଣ କରିବାକୁ ପଡ଼ିବ। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଏହାର ଉପରେ ଛାତ ନାହିଁ। ଏହା ଏକ ମାତ୍ର ମନ୍ଦିର ଯାହାର ଗର୍ଭଗୃହର ଛାତ ଉପରେ କଳସ ନାହିଁ। ମାନ୍ୟତା ଅଛି ଏହି ମନ୍ଦିରରେ ଦେବୀଙ୍କ ମୂର୍ତ୍ତି ସ୍ୱୟଂ ପ୍ରକଟ ହୋଇଥିଲା। ଏଠାରେ କେତେକ ଲୋକ ପଥରରେ ନଡ଼ିଆ ଭାଙ୍ଗୁ ଥିବା ସମୟରେ ରକ୍ତ ବାହାରିବାର ଦେଖିଥିଲେ। ସେବେଠାରୁ ଏହାକୁ ଦେବୀଙ୍କ ସ୍ଥାନ ଭାବି ପୂଜା ଅର୍ଚ୍ଚନା କରାଯାଇ ଆସୁଛି।