ଭାରତ ଯାତ୍ରା ନେଇ ନିଜ ନାଗରିକଙ୍କୁ ସତର୍କ କରାଇଲା ଆମେରିକା। ଅପରାଧ ଓ ଆତଙ୍କବାଦକୁ ଦୃଷ୍ଟିରେ ରଖି ସାବଧାନ ରହିବାକୁ ପରାମର୍ଶ।

140

କନକ ବ୍ୟୁରୋ: ଭାରତକୁ ଯାତ୍ରା ବେଳେ ଅଧିକ ସତର୍କ ରହିବାକୁ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ଭାରତରେ ଅପରାଧ ଓ ଆତଙ୍କବାଦ ବଢୁଥିବାରୁ ଏପରି ପରାମର୍ଶ ଦିଆଯାଇଥିବା ଆମେରିକା ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ଜମ୍ମୁ କାଶ୍ମୀର ନଯିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା ।

ଭାରତ ପାଇଁ ନୂଆ ଟ୍ରାଭେଲ୍ ଆଡଭାଇଜରି ଲେବଲ-ଟୁ ଜାରି କରାଯାଇଛି । ଭାରତ ଗସ୍ତ କରୁଥିଲେ ସତର୍କ ରହିବା ସହ ଲଦାଖ ଓ ଏହାର ରାଜଧାନୀ ‘ଲେହ’କୁ ଛାଡି ଜାମୁ କାଶ୍ମୀରକୁ ନଯିବା ପାଇଁ କୁହାଯାଇଛି । ଆମେରିକାର ଗୃହ ବିଭାଗ କହିଛି, ସମ୍ଭାବ୍ୟ ସଂଘର୍ଷ ହେବା ଆଶଙ୍କା ଥିବାରୁ ଭାରତ-ପାକିସ୍ତାନ ସୀମାର ୧୦ କିଲୋମିଟର ପରିସର ଆଶାନ୍ତ ରହୁଛି । ଟ୍ରାଭେଲ ଆଡଭାଇଜରିରେ କୁହାଯାଇଛି, ଭାରତରେ ଦୁଷ୍କର୍ମ ଭଳି ଅପରାଧ ବଢିଚାଲିଛି । ପର୍ଯ୍ୟଟନ ଓ ଐତିହ୍ୟସ୍ଥଳରେ ଯୌନ ନିର୍ଯାତନାର ଖବର ଆସୁଛି । ଏହାଛଡ଼ା ମଲ୍, ବିମାନବନ୍ଦର ଆଦି ସ୍ଥଳରେ ଆତଙ୍କବାଦୀମାନେ ଟାର୍ଗେଟ କରିବା ଆଶଙ୍କା ରହିଥିବା ଆମେରିକା ଜାରି କରିଥିବା ମାର୍ଗଦର୍ଶିକାରେ କୁହାଯାଇଛି ।

ଦିନକ ପୂର୍ବରୁ ପାକିସ୍ତାନ ପାଇଁ ଲେବଲ୍-୩ ଆଡଭାଇଜରି କରିଥିଲା ଆମେରିକା । କୁହାଯାଇଥିଲା, ପାକିସ୍ତାନର ବିଭିନ୍ନ ରାଜ୍ୟରେ ଆତଙ୍କବାଦ ଓ ଗୋଷ୍ଠୀ ସଂଘର୍ଷ ବଢ଼ୁଥିବାରୁ ନାଗରିକଙ୍କ ପାଇଁ ଏପରି ମାର୍ଗଦର୍ଶିକା ଜାରି କରାଯାଇଛି ।