ମୃତ୍ୟୁର ସୌଦାଗରକୁ ସିରିୟାରେ କେମିତି ଘେରିଥିଲା ଆମେରିକା ସେନା । ଆମେରିକା ଜାରି କଲା ବାଗଦାଦିର ଶେଷ ସମୟର ଭିଡିଓ

870

କନକ ବ୍ୟୁରୋ : ପେଂଟାଗନ ଜାରି କରିଛି ଆଇଏସଆଇଏସ ମୁଖିଆ ଅବୁ ବକଲ ଅଲ୍ ବାଗଦାଦିର ଶେଷ ଭିଡିଓ । ଏହି ଭିଡିଓ ହେଉଛି ସେହି ଅପରେସନର , ଯେଉଁଥିରେ ନର ରକ୍ତ ପିପାସୁ ବାଗଦାଦିକୁ ନିପାତ କରିଥିଲା ଆମେରିକା ସେନା । ଏହି ଭିଡିଓ ହେଉଛି ସେହି ସ୍ଥାନର ଯେଉଁ ସ୍ଥାନରେ ବାଗଦାଦିକୁ ଘେରାବନ୍ଦି କରିଥିଲା ଆମେରିକା ସେନା । ତଳେ ଆମେରିକା ସେନାର ସନ୍ଧାନୀ କୁକୁର ଥିଲେ ଅପରେସନରେ । ଉପରେ ସେନା ହେଲିକପ୍ଟର ଚଳାଇଥିଲା ଆଖିବୁଜା ଗୁଳିମାଡ । ଆଇଏସଆଇଏସ ଆତଙ୍କୀ ଏହି ହେଲିକପ୍ଟରକୁ ଖସେଇବାକୁ ଉଦ୍ୟମ କରୁଥିବା ବେଳେ ଆକାଶରୁ ବର୍ଷିଥିଲା ବୋମା ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କିଛି କଳା ରଙ୍ଗ ଜୋରଦାର ହଲଚଲ୍ ହେଉଛି । ଏକ ବଡ ବିସ୍ଫୋରଣ ବି ସ୍ଫଷ୍ଟ ହେଉଛି । ଯେଉଁଥିରେ ଛିଟିକି ପଡିଛି ସେନା କୁକୁର । ଗତ ଶନିବାର ଦିନ ବାଗଦାଦିକୁ ସିରିୟାରେ ସ୍ୱତନ୍ତ୍ର ଅପରେସନରେ ନିପାତ କରିଥିଲା ଆମେରିକା । ଏବେ ୫ ଦିନ ପରେ ଏହାର ପ୍ରମାଣ ଦେବାକୁ ଯାଇ ଏହି କଳାଧଳା ଭିଡିଓ ଯାହାକୁ ଡ୍ରୋନ୍ କଏଦ କରିଥିବା ପରି ମନେହେଉଛି , ତାହାକୁ ଜାରି କରିଛି । ହଜାର ହଜାର ଜନତାଙ୍କ ମୃତ୍ୟୁର ସୌଦାଗରକୁ ସିରିୟାରେ କେମିତି ଘେରିଥିଲା ଆମେରିକା ସେନା, କେମିତି ନିପାତ କରିବାରେ ସଫଳ ହୋଇଥିଲା ତାର ପ୍ରମାଣ ଦେବାକୁ ଯାଇ ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଭିଡିଓ ।