ଆଜି ଦେଶ ପାଳୁଛି ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସର୍ଦ୍ଦାରଙ୍କୁ ମୋଦି ଦେବେ ଶ୍ରଦ୍ଧାଂଜଳି

315

କନକ ବ୍ୟୁରୋ : ଆଜି ୩୧ ଅକ୍ଟୋବର । ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ସାରା ଦେଶ ମନେପକାଉଛି ସର୍ଦ୍ଦାର ପଟେଲଙ୍କୁ । ସର୍ଦ୍ଦାର ପଟେଲଙ୍କ ଏହି ଜନ୍ମ ତିଥୀକୁ ଦେଶ ପାଳନ କରୁଛି ଜାତୀୟ ଏକତା ଦିବସ ଭାବେ । ଏହି ଅବସରରେ ସାରା ଦେଶରେ ଆୟୋଜନ ହେଉଛି ଏକତା ପାଇଁ ଦୌଡ । ଏଥିରେ ଯୋଡି ହେଉଛନ୍ତି ଦେଶର ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା । ରନ୍ ଫର ୟୁନିଟି ବା ଏକତା ପାଇଁ ଦୌଡ ନେଇ ରାଜଧାନୀ ଭୁବନେଶ୍ୱରରେ ବି ଆୟୋଜନ ହେଉଛି କାର୍ଯ୍ୟକ୍ରମ । ଗତବର୍ଷ ଜାତୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟରେ ଉନ୍ମୋଚନ କରିଥିଲେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚତାର ବିଶାଳ ପ୍ରତିମୂର୍ତି ।

source : google

ଏହାକୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ବୋଲି କୁହାଯାଉଛି । ଚଳିତ ବର୍ଷ ସର୍ଦ୍ଦାର ପଟେଲଙ୍କ ଜନ୍ମତିଥୀରେ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଦେବେ ଶ୍ରଦ୍ଦାଂଜଳି । ଏଥିପାଇଁ ଗତକାଲି ରାତିରୁ ଅହମ୍ମଦାବାଦରେ ପହଁଚି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଗୁଜୁରାଟ ରାଜଭବନରୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଗସ୍ତ କରି ସକାଳେ ଶ୍ରଦ୍ଧାଂଜଳି ଅର୍ପଣ କରିବେ ମୋଦି । ଅପରାହ୍ମରେ ବି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ସାରା ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି ରନ୍ ଫର ୟୁନିଟି କାର୍ଯ୍ୟକ୍ରମ । ଦିଲ୍ଲୀରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ପତାକା ଦେଖାଇ ରନ୍ ଫର ୟୁନିଟିକୁ ଉଦଘାଟନ କରିବେ ।