ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ : ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

428

କନକ ବ୍ୟୁରୋ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ । ଶିଖର ଧାୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅପରାହ୍ଣ ସାଢେ ଗୋଟାଏ ବେଳେ ମ୍ୟାଚ୍ ଖେଳାଯିବ । ଯୁବ ବାହିନୀଙ୍କୁ ନେଇ ସାଉଥ୍ ଆଫ୍ରିକା ବିରୋଧରେ ମ୍ୟାଚ୍ ଖେଳିବ ଭାରତ । ରଜତ ପଟିଦାର ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳିପାରନ୍ତି ।

ଲକ୍ଷ୍ନୌର ଇକାନ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଧାୱନଙ୍କ ଅଧିନାୟକତ୍ୱରେ ଭାରତ ୬ଟି ଦିନିକିଆ ଖେଳିଥିବା ବେଳେ ୫ ଟିରେ ବିଜୟୀ ହୋଇଛି । ସେହିପରି ଗୋଟିଏ ମ୍ୟାଚରେ ପରାସ୍ତ ହୋଇଥିଲା ଭାରତ । ତେଣୁ ରୋହିତ ଶର୍ମାଙ୍କ ଅନୁପସ୍ଥିତରେ ଶିଖର ଧାୱନଙ୍କ ପାଖରେ ସିରିଜ୍ ବିଜୟୀ ହେବାର ସୁଯୋଗ ରହିଛି ।

ସେପଟେ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କଲା ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱ ୧୪ ଜଣିଆ ଟିମ୍ ଅଷ୍ଟ୍ରେଲିଆ ଯାଇଛି । ଆସନ୍ତା ୧୬ ତାରିଖରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ଭାରତ ତାର ପ୍ରଥମ ମ୍ୟାଚ୍ ପାକିସ୍ତାନ ସହ ଖେଳିବ । ୨୩ ତାରିଖରେ ମୁହାମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ । ଏସିଆ କପ୍ର ସୁପର-୪ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା ଭାରତ ।

ସେହିପରି ଗତ ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନ ଠାରୁ ଶୋଜନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ତେଣୁ ଆଗାମୀ ମ୍ୟାଚରେ ପାକିସ୍ତାନଠାରୁ ପ୍ରତିଶୋଧ ନେବା ପାଇଁ ରୋହିତ ବାହିନୀ ପାଖରେ ସୁଯୋଗ ରହିଛି । ସେହିପରି ପ୍ରଥମ ଥର ଟି-୨୦ ବିଶ୍ୱକପ୍ରେ ରୋହିତ ଶର୍ମା ଅଧିନାୟକ ହୋଇଥିବାରୁ ତାଙ୍କଠାରୁ କ୍ରୀଡା ପ୍ରେମୀ ବେଶ୍ ଆଶାବାଦୀ ଅଛନ୍ତି ।