ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଗମ୍ଭୀର ସ୍ଥିତି । ୨ ଦିନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

82

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ବିତ୍ପାତ ଯୋଗୁଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ସରକାର । ଶନିବାର ଯାତ୍ରା ବନ୍ଦ ରହିଥିବାବେଳେ ରବିବାର ମଧ୍ୟ ଦ୍ୱିତୀୟ ଦିନରେ ଯାତ୍ରାକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି ।

ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡ ଉଧମପୁର ଜିଲ୍ଲା ଖେରି ଓ ରାମବନ୍ ଜିଲ୍ଲାରେ ମାଟି ଅତଡା ଖସି ବ୍ୟାପ କ୍ଷୟକ୍ଷତି ହୋଇଛି । ବନ୍ୟା ସହ ଅନେକ ସ୍ଥାନରେ ରାସ୍ତାଘାଟ ଧୋଇଯାଇଛି । ଫଳରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଏହାସହ ବାୟୁସେନା ହେଲିକପ୍ଟର ଏହି ଇଲାକାରେ ଆକାଶପଥରୁ ନଜର ରଖିଛି । ରାସ୍ତା ଧୋଇଯାଇଥିବାରୁ ଅମରନାଥ ଶ୍ରଦ୍ଧାଳୁ ବାଟରେ ଅଟକ ରହିଛନ୍ତି । ଏପରି ସ୍ଥଳେ ଯେପରି ଆସୁଥିବା ଶ୍ରଦ୍ଧାଳୁ ସମସ୍ୟାରେ ନପଡନ୍ତି ତେଣୁ ଦୁଇ ଦିନ ପାଇଁ ଅମରନାଥ ଯାତ୍ରାକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।