ମେଣ୍ଟକୁ ନେଇ କେବେ ଦୂର ହେବ ସସପେନ୍ସ? ଅମିତ ଶାହା ଓ ଭି.କେ ପାଣ୍ଡିଆନଙ୍କ ବୟାନ ପରେ ଦ୍ୱନ୍ଦ୍ୱରେ ନେତା ଓ କର୍ମୀ । ଚୂଡ଼ାନ୍ତ ଘୋଷଣାକୁ ଅପେକ୍ଷା ।

94

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବ କି ନାହିଁ? ଯଦି ହେବ କେଉଁ ଦଳ କେତେ ଆସନରେ ଲଢ଼ିବେ? କେଉଁଠୁ ବିଜେଡି ପ୍ରାର୍ଥୀ ଲଢ଼ିବେ, କେଉଁଠୁ ବିଜେପି ପ୍ରାର୍ଥୀ ଲଢ଼ିବେ? ଏସବୁକୁ ନେଇ ସସପେନ୍ସ ଲାଗି ରହିଛି । ନେତା ଓ କର୍ମୀ ମେଂଟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏହାରି ଭିତରେ ଉଭୟ ବିଜେଡି ଓ ବିଜେପିର ଶୀର୍ଷ ନେତାଙ୍କ ବୟାନ ମେଣ୍ଟ ସସପେନ୍ସକୁ ଆହୁରି ବଢ଼ାଇ ଦେଇଛି ।