ବିନା ସିଟ୍ ବେଲ୍ଟରେ ବିଧାୟିକାଙ୍କ ପୁଅ ଚଳାଉଥିଲେ କାର । ବାଟରେ ଅଟକାଇଲା ଟ୍ରାଫିକ, ଘରକୁ ଫୋନ କରିବା ପରେ ମିଳିଲା ଏଭଳି ଜବାବ୍

1,391

କନକ ବ୍ୟୁରୋ : ଯଦି ରାସ୍ତାରେ କୌଣସି ବିଧାୟକ, ସାଂସଦ କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ସଂପର୍କୀୟଙ୍କର ଟ୍ରାଫିକ ପୋଲିସ ଚାଲାଣ କାଟିଥାଏ ସେମାନେ ଟ୍ରାଫିକ ପୋଲିସକୁ ଧମକ ଦେଇଥାନ୍ତି । ହେଲେ ଯଦି ଲୋକ ପ୍ରତିନିଧୀ ବୁଝିବାର ଲୋକ ହୋଇଥିବେ ତେବେ ସେ ତାଙ୍କ ସଂପର୍କୀୟଙ୍କୁ ଉଚିତ ଜବାବ ଦେଇଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଖଣ୍ଡବା ଜିଲ୍ଲାରେ । ଏଠାରେ ବିଧାୟକଙ୍କ ପୁଅ ବିନା ସିଟ୍ ବେଲ୍ଟରେ ଗାଡି ଚଳାଉଥିବା ବେଳେ ଟ୍ରାଫିକ ପୋଲିସ ଚାଲାଣ କାଟିଥିଲା । ଏହାପରେ ବିଧାୟକଙ୍କ ପୁଅ କ୍ଷମତାର ଧମକ ଦେଇ ପରିବାର ଲୋକଙ୍କୁ ଫୋନ କରିଥିଲା । ହେଲେ ବିଧାୟକ ଫୋନ ରିସିଭ କରି କହିଥିଲେ କି ଟ୍ରାଫିକ ପୋଲିସକୁ ଅନୁରୋଧ କର କିମ୍ବା ଚାଲାଣ କାଟି ସିଧା ରାସ୍ତାରେ ଚାଲ ।

ସୂଚନା ମୁତାବକ ଖଣ୍ଡବା ବିଧାୟିକା କଞ୍ଚନ ତନବେ ଙ୍କ ପୁଅ ବିନା ସିଟ୍ ବେଲ୍ଟରେ ଗାଡି ଚଳାଉଥିବା ବେଳେ ଟ୍ରାଫିକ ପୋଲିସ ଚାଲାଣ କାଟିଥିଲା । ଏହି ଖବର ପାଇବା ପରେ ବିଧାୟକଙ୍କ ସ୍ୱାମୀ ଥାନାରେ ପହଂଚି ମାମଲାକୁ ରଫା ଦଫା କରିଥିଲେ । ଏନେଇ ବିଧାୟିକାଙ୍କ ସ୍ୱାମୀ ପ୍ରୁଅକୁ ତାଗିଦ କରିବା ସହ କହିଥିଲେ ପୋଲିସକୁ କ୍ଷମା ମାଗ ନଚେତ ଚାଲାଣ କାଟି ଚାଲିଯାଅ ।