ଉମରକୋଟରେ ୪ ଜଣଙ୍କୁ ଅପହରଣ ଅଭିଯୋଗ । ବାହାଘର ସାରି ଫେରୁଥିବାବେଳେ ନିଖୋଜ ।

92

କନକ ବ୍ୟୁରୋ: ବାହାଘର ସାରି ଫେରୁଥିବାବେଳେ ୪ଜଣଙ୍କୁ ଅପହରଣ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଉମରକୋଟରୁ । ଉମରକୋଟର ସପନ ସରକାର ନିଜ ସ୍ତ୍ରୀ ଓ ସମ୍ପର୍କୀୟଙ୍କ ସହ ଛତିଶଗଡର କାଁକେରକୁ ଭୋଜି ଖାଇବା ପାଇଁ ଯାଇଥିଲେ । ସେଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାରରେ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିବା କାଁକେର ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ସେମାନେ ଘରକୁ ନ ଫେରିବାରୁ ତାଙ୍କ ପୁଅ ଏହି ଏତଲା ଦେଇଛନ୍ତି । ତପନ ସରକାର, ତାଙ୍କ ସ୍ତ୍ରୀ ଓ ଦୁଇ ସମ୍ପର୍କୀୟଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛନ୍ତି ।