ନ୍ୟାୟ ପାଇଁ ଲଢୁଛନ୍ତି ଦିବ୍ୟାଙ୍ଗ ସ୍ତ୍ରୀ ଅମ୍ବିକା: ମିଳୁନି ସରକାର ସହାୟତା, ଶୁଣୁନି ପ୍ରଶାସନ

158

କନକ ବ୍ୟୁରୋ: ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଅମ୍ବିକା ସାହୁ । ସ୍ୱାମୀର ମୃତ୍ୟୁ ପରେ ସରକାରୀ ସହାୟତା ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଢା ହେଉଛନ୍ତି ଅମ୍ବିକା । ଥଇଥାନ ଯୋଜନାରେ ଚାକିରୀ ପାଇବା ପାଇଁ ସରକାରୀ କାର୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେବି ଶୁଣୁ ନାହାନ୍ତି ସରକାରୀ ବାବୁ । ଥଇଥାନ ଯୋଜନାରେ ଅମ୍ବିକାଙ୍କୁ ଚାକିରୀ ବ୍ୟବସ୍ଥା କରାଇବା ପାଇଁ ରାଜ୍ୟ ମାନବାଧିକାର କମିଶନ ସିଡିଏମଓଙ୍କୁ କହିଲେ ବି ଅମ୍ବିକାଙ୍କୁ ମିଳିନାହିଁ ସରକାରୀ ଚାକିରୀ । ନା ମିଳିଛି ଚାକିରୀ ନାମିଳିଛି ପେନସନ । ଏହି ଭିତରେ ୬ ବର୍ଷ ବିତିଯାଇଥିଲେ ବି ଅମ୍ବିକାଙ୍କ ଦୁଖ ଶୁଣିବାକୁ କାହାରୀ ପାଖରେ ସମୟ ନାହିଁ । ଗଞ୍ଜାମ ଜିଲ୍ଲାର ବୁଗୁଡା ସିଏଚସି ର ମାଣିତରା ଡାକ୍ତରଖାନାରେ ଏମ ପି ଏ ଡବ୍ଲୁ ଭାବେ କାର୍ୟରତ ଥିଲେ ବଳରାମ ସାହୁ । ତେବେ ବଳରାମଙ୍କର ମୃତ୍ୟୁ ପରେ ଥଇଥାନ ଯୋଜନାରେ ଚାକିରୀ ଖଣ୍ଡେ ପାଇବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ଅମ୍ବିକା ।