ଆସିଲା ବିଶ୍ୱର ପ୍ରଥମ ଉଡନ୍ତା ବାଇକ୍ : ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି

1,058

କନକ ବ୍ୟୁରୋ : ଆଉ ଦେଖାଯିବନି ଟ୍ରାଫିକ୍ ସମସ୍ୟା । ଏଣିକି ଆକାଶରେ ଉଡି ଉଡି ଯିବ ବାଇକ୍ । କଥାଟି ବିଶ୍ୱାସ ହେଉନଥିଲେ ବି ପୁରା ସତ । ଆମେରିକାର ଏକ ଘରୋଇ କମ୍ପାନୀ ଏଭଳି ବାଇକ୍ ପ୍ରସ୍ତୁତ କରିଛି । ଯେଉଁ ବାଇକ୍ ଆକାଶରେ ଘଣ୍ଟା ପ୍ରତି ୬୨ କିଲୋମିଟର ବେଗରେ ଉଡିପାରିବ । ଗୋଲ ଆକାରରେ ଦେଖାଯାଉଥିବା ଏହି ଉଡନ୍ତା ବାଇକ୍ ୪୦ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଉଡିପାରିବ । ଏହି ବାଇକର ମୂଲ୍ୟ ରହିଛି ୭୭୭ ହଜାର ଡଲାର ଅର୍ଥାତ ଭାରତୀୟ ମୂଦ୍ରାରେ ପ୍ରାୟ ୬ କୋଟି ୭୦ ଲକ୍ଷ ଟଙ୍କା ।

ଆଗାମୀ ଦିନରେ ଏହି ବାଇକ୍ ଆହୁରୀ କମ ଦାମରେ ମିଳିବ ବୋଲି ବାଇକ୍ ତିଆରି କରିଥିବା ସଂସ୍ଥା ଏରୱିନ୍ କହିଛି । ତେବେ ୨୦୨୫ ସୁଦ୍ଧା  ୪୦ ଲକ୍ଷ ଟଙ୍କାରେ ଏହି ବାଇକ୍ ମିଳିବ ବୋଲି ଏରୱିନ୍ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଏବେ ତିଆରି କରାଯାଇଥିବା ବାଇକର ଆକାର ଅଧିକ ରହିଥିବା ବେଳେ କମ୍ପାନୀ ଏହାକୁ ଛୋଟ କରିବାକୁ ଚେଷ୍ଟା ଚଳାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଆଉ ଯଦି ସତରେ ସବୁକିଛି ଠିକ୍ ଚାଲେ ତେବେ ଖୁବଶିଘ୍ର ଲୋକେ ରାସ୍ତା ଭଳି ଆକାଶରେ ବାଇକ୍ ଧରି ଉଡିବେ ।