ଦୀର୍ଘ ୩୦ ବର୍ଷ ପରେ ପରଦାରେ ଫିଲ୍ମ ଦେଖିବେ କାଶ୍ମୀରବାସୀ । ‘ଲାଲ ସିଂହ ଚଢା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ

129

କନକ ବ୍ୟୁରୋ: କାଶ୍ମୀର ଘାଟିରେ ଦୀର୍ଘ ୩୦ ବର୍ଷ ପରେ ଖୋଲୁଛି ସିନେମା ହଲ । ୧୮୮୯-୯୦ ମସିହାରେ ଆତଙ୍କବାଦୀଙ୍କ ଧମକ ଯୋଗୁଁ କାଶ୍ମୀରର ସମସ୍ତ ଫିଲ୍ମ ହଲକୁ ବନ୍ଦ କରିଦିଆଯାଇଥିଲା ।

ଦକ୍ଷିଣ କାଶ୍ମୀର ସୋପିୟା ଓ ପିଲୱାମାରେ ଉପରାଜ୍ୟପାଳ ମନୋଜ ସିହ୍ନା ମଲ୍ଟିପରପଜ୍ ସିନେମା ହଲ ଉଦଘାଟନ କରିଛନ୍ତି । ଏହି ଦିନକୁ ଜମ୍ମୁ-କାଶ୍ମୀରର ଲେପ୍ଟେନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଟ୍ୱିଟ କରି ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି । ଏହାସହ ହଲ ଉଦଘାଟନର କିଛି ଫଟୋ ମଧ୍ୟ ଅପଲୋଡ କରିଛନ୍ତି ।

୧୯୯୦ରେ ଆତଙ୍କବାଦୀ ଧମକ ଯୋଗୁଁ ଏଠିକାର ସମସ୍ତ ଫିଲ୍ମ ହଲ୍ ଗୁଡିକୁ ବନ୍ଦ କରିଦିଆଯାଇଥିଲା । ହେଲେ ସରକାରଙ୍କ ପ୍ରଚେଷ୍ଟାରୁ ଏଗୁଡିକୁ ପୁଣି ଖୋଲାଯାଇଛି । ଏହା କାଶ୍ମୀର ଘାଟିର ଯୁବକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କୁ ରୋଜଗାରକ୍ଷମ ମଧ୍ୟ କରିପାରିବ ବୋଲି ଉପରାଜ୍ୟପାଳ କହିଛନ୍ତି ।