ପଦ୍ମପୁର ବିଜୟ ପରେ ନବୀନଙ୍କୁ ଭେଟିଲେ ବର୍ଷା ସିଂ ବରିହା । ନବୀନ ନିବାସରେ ପଶ୍ଚିମ ଓଡିଶା ନେତାଙ୍କ ଭିଡ । 

112

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟ ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ପଶ୍ଚିମ ଓଡ଼ିଶାର ବହୁ ନେତା ନବୀନ ନିବାସ ଆସିଥିଲେ । ବର୍ଷାଙ୍କ ସହ ରୀତା ସାହୁ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଭାତ ସିଂ, ପ୍ରସନ୍ନ ଆଚାର୍ଯ୍ୟ ଓ ସୁଶାନ୍ତ ସିଂ ନବୀନ ନିବାସ ଆସିଥିଲେ । ଲକ୍ଷାଧିକ ଭୋଟ ପାଇ ରେକର୍ଡ ଭୋଟ ବ୍ୟବଧାନରେ ପଦ୍ମପୁର ଉପନିର୍ବାଚନ ଜିତିଛନ୍ତି ବର୍ଷା । ଏଥର ଉପନିର୍ବାଚନରେ ନବୀନ ନିଜେ ପଦ୍ମପୁର ଯାଇ ପ୍ରଚାର କରିଥିଲେ । ତିନିଟି ଜାଗାରେ ସାଧାରଣ ସଭା କରି ବର୍ଷାଙ୍କ ପାଇଁ ଭୋଟ ମାଗିଥିଲେ ବିଜେଡି ସୁପ୍ରିମୋ । ନବୀନଙ୍କ ପ୍ରଚାର ସୁଫଳ ଆଣିଥିଲା । ବିଜେଡି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି ବର୍ଷା ସିଂ ବରିହା । ବାପା ବିଜୟ ରଂଜନ ସିଂ ବରିହାଙ୍କ ଆସନରେ ତାଙ୍କୁ ପ୍ରାର୍ଥୀ କରିଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷା । ତାଙ୍କ ଉପରେ ଭରସା କରିଥିବାରୁ ସେ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଏହି ଗୁରୁଦାୟିତ୍ୱକୁ ଠିକ୍ ଭାବେ ତୁଲାଇବାକୁ ସବୁ ପ୍ରକାର ଚେଷ୍ଟା କରିବେ ବୋଲି କହିଛନ୍ତି ।