ମୋଦୀ ମ୍ୟାଜିକରେ ବିରୋଧୀ ଧରାଶାୟୀ । ରେକର୍ଡ ଭାଙ୍ଗିଲା ବିଜେପିର ଭୋଟ ପ୍ରତିଶତ

134

କନକ ବ୍ୟୁରୋ :  ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବହୁମତ ସହ ବିଜୟ । ନିଜ ରେକର୍ଡକୁ ନିଜେ ଭାଙ୍ଗିଛି ଦଳ । ଏଥିସହ ଦଳର ଅନେକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛି । ଗୁଜରାଟ ନିର୍ବାଚନରେ ବେଶ ଚାଲିଛି ମୋଦୀ ମ୍ୟାଜିକ । ଏହି ବିରାଟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଆଯାଉଛି ସବୁ ଶ୍ରେୟ । କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭ଟି ବହ୍ମୋସ୍ତ୍ର ଗୁଜରାଟ ନିର୍ବାଚନରେ କମାଲ କରିଛି । ଯାହା ପାଇଁ ଦଳକୁ ରେକର୍ଡସ୍ତରରେ ୧୫୬ ଆସନ ମିଳିଛି ।

ପୂରା ଦେଶ ଦେଖିଲା କିଭଳି ଗୁଜରାଟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝଡରେ ବିରୋଧୀ ଧରାଶାୟୀ ହୋଇଛନ୍ତି । ବିଜେପିକୁ ମିଳିଛି ଐତିହାସିକ ସଫଳତା । ଅବ କୀ ବାର ୧୫୦ ପାର ନାରା ସଫଳ ହୋଇଛି । ସେପଟେ ଫେଲ ମାରିଛି ବିରୋଧୀଙ୍କ ସବୁ ରଣନୀତି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦଳ ୧୮୨ ଆସନରୁ ୧୫୬ ଆସନରେ ବିଜୟ ହାସଲ କରି ସଂଖ୍ୟା ଗରିଷ୍ଠତା ପାଇଛି । ତେବେ ଏହା ପଛରେ ମୋଦୀଙ୍କ ୭ଟି ବହ୍ମାସ୍ତ୍ର କମାଲ କରିଥିବା ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।

ଗୁଜରାଟରେ ମୋଦୀ ମ୍ୟାଜିକ

•    ନିର୍ବାଚନର ଠିକ ଗୋଟେ ବର୍ଷ ପୂର୍ବରୁ  ଗୁଜରାଟ ସରକାରରେ ବଡ ପରିର୍ବନ
•    କୌଣସି ବଡ ବିଜେପି ନେତାଙ୍କୁ ଦଳ ଟିକେଟ ନଦେବା
•    ୫ଜଣ ହେଭିୱେଟ ମନ୍ତ୍ରୀଙ୍କ ଟିକେଟ କାଟ୍
•    କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଚେହେରାଙ୍କୁ ଟିକେଟ
•    ୨୦୧୭ରେ ଦଳ ଯେଉଁ ଯେଉଁ ସ୍ଥାନରେ ପରାଜୟ ହୋଇଥିଲା ସେଠାରେ ଜୋରଦର ପ୍ରଚାର କରିଥିଲା
•    ଦୁର୍ନୀତିରେ ଲିପ୍ତ ନେତା ଏବଂ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ।
•    ମୋଦିଙ୍କ ଦମଦାର ରାଲି, ଜନସଭା ଓ ପ୍ରତିଶ୍ରୁତି

ନିର୍ବାଚନର ଆଉ ଏକ ଫ୍ୟାକ୍ଟରଭାବେ ବିରୋଧୀଙ୍କ ପ୍ରଚାରକୁ ମଧ୍ୟ ଦେଖାଯାଉଛି । ଗୁଜରାଟ ପାଇଁ ଯେଉଁଠି ବିଜେପି ଜୋରଦାର ମାରଥାନ ପ୍ରଚାର କରିଥିଲା । ସେଠି କଂଗ୍ରେସ ଓ ଆପ ଧିମା ପଡିଥିଲେ । ଭାରତ ଯୋଡ ଯାତ୍ରାରେ କଂଗ୍ରେସର ଅଧିକାଂଶ ବରିଷ୍ଠ ନେତା ବ୍ୟସ୍ତ ଥିବାବେଳେ ଏଠି ବାଜି ମାରିଛି ବିଜେପି । ତେଣୁ ଗତଥର  ଅପେକ୍ଷା ୫୯ଟି ଅଧିକ ଆସନ ଓ ୩ ପ୍ରତିଶତ ଅଧିକ ଭୋଟ ହାତେଇଛି ବିଜେପି । କୌଣସି ନିର୍ବାଚନରେ ଯଦି ତ୍ରିକୋଣୀୟ ମୁକାବିଲା ହୁଏ  ଓ କୌଣସି  ଦଳ ୩୫ ପ୍ରତିଶତ ଭୋଟ ପାଏ ସେ ବେଶ ଆରାମରେ ନିର୍ବାଚନ ଜିତେ । କିନ୍ତୁ ଏଥରକ ବିଜେପି ୫୨.୫ ପ୍ରତିଶତ ଭୋଟ ପାଇ  ଏକତରଫା କ୍ଲିନ ସୁଇପ କରିଛିି । ଏଥିସହ ଗୁଜରାଟ ସବୁଠୁ ବଡ ଦଳ ଭାବେ ଉଭା ହୋଇଛି ବିଜେପି । ଗତ ୭ଥର ଟର୍ମ ଭିତରେ ଏହା ହେଉଛି ଦଳର ସବୁଠୁ ବଡ ବିଜୟ ।

ଗୁଜରାଟ ନିର୍ବାଚନ:
ବିଜେପିକୁ କେଉଁ ବର୍ଷ କେତେ ଆସନ
ବର୍ଷ          ଆସନ
୧୯୯୫      ୧୨୧
୧୯୯୮      ୧୧୭
୨୦୦୨      ୧୨୭
୨୦୦୭     ୧୧୭
୨୦୧୨     ୧୧୫
୨୦୧୭      ୯୯
୨୦୨୨     ୧୫୬

ବିଜେପିର  ଗୁଜରାଟ ନିର୍ବାଚନ ଯାତ୍ରାରେ ଦଳ କେବେ କମ ଆସନ ପାଇଛି ତ ପୁଣି କେବେ ଅଧିକ ଆସନ ହାତେଛଇ । ଯଦି ଦେଖାଯାଏ ତେବେ ଦଳ ପାଇଥିବା ଆସନ ମଧ୍ୟରେ ଫରକ ୪୮ରୁ ୫୨ ପ୍ରତିଶତ ରହିଛି । ତେଣୁ କୁହାଯାଇପାରେ ରାଜ୍ୟରେ ଅଧାରୁ ଅଧିକ ଜନତା ବିଜେପି ସମର୍ଥନରେ ବିଗତ ୩୨ବର୍ଷ ହେବ ରହିଆସିଛନ୍ତି ।

ରେକର୍ଡ ଭାଙ୍ଗିଲା ବିଜେପିର ଭୋଟ ପ୍ରତିଶତ
୧୯୯୫ ମସିହାରେ ୪୨.୫୧%
୧୯୯୮ ମସିହାରେ ୪୪.୮୧%
୨୦୦୨ ମସିହାରେ ୪୯.୮୫%
୨୦୦୭ ମସିହାରେ ୪୭,୮୫%
୨୦୧୭ ମସିହାରେ ୪୯.୦୧%
୨୦୨୨ ମସିହାରେ ୫୨.୫%

ବିଜେପି ଏଥରକ ନୂଆ ରଣନୀତି ପ୍ରସ୍ତୁତ କରି ପୁରୁଣା ଓ ବରିଷ୍ଠ ନେତାଙ୍କ ବଦଳରେ ଯୁବ ଚେହେରାଙ୍କୁ ଅଧିକ ଫୋକସ କରିଥିଲା । କେବଳ ସେତିକି ନୁହେଁ କଂଗ୍ରେସର ବିଜେପି ଆସିଥିବା ନେତାଙ୍କୁ ମଧ୍ୟ ଟିକେଟ ଦେଇ ଏକ ନୂଆ ଚ୍ୟାଲେଂଜ ଗ୍ରହଣ କରିଥିଲା । ସେମାନେ ମଧ୍ୟ ଦଳକୁ ନିରାଶ କରିନାହାଁନ୍ତି ।