ବ୍ଲୁ ଓ ଗୋଲଡେନ ପରେ ଟ୍ୱିଟର ଆଣିଲା ଗ୍ରେ-ରଙ୍ଗର ଟିକ୍ ମାର୍କ: ଆଗକୁ ଅନେକ ନୂଆ ଫିଚର ଆଣିବାକୁ ଯାଉଛି ଟ୍ୱିଟର

158

କନକ ବ୍ୟୁରୋ: ଟ୍ୱିଟର ଆଣିଲା ନୂଆ ଫିଚ୍ର । ଜଣାଶୁଣା ଭେରିଫାଏଡ ଟ୍ୱିଟର ଆକାଉଁଟର ବ୍ଲୁଟିକ ହଟି ଏଣିକି ହେଲା ଗ୍ରେ-ଟିକ ମାର୍କ । ପ୍ରଧାନମନ୍ତ୍ରୀ ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ଟ୍ୱିଟର ଆକାଉଁଟରେ ଏଣିକି ଆଉ ବ୍ଲୁ ରଙ୍ଗର ଟିକ୍ ମାର୍କ ଦେଖିବାକୁ ମିଳିବନି । ଏହି ସବୁସ୍ଥାନରେ ଗ୍ରେ-ରଙ୍ଗର ଟିକ୍ ମାର୍କ ସ୍ଥାନ ପାଇଛି । ସୂଚନା ଅନୁସାରେ ଟିକ୍ ମାର୍କକୁ ୩ଭାଗରେ ବିଭକ୍ତ କରାଯାଇଛି । ବ୍ଲ୍ୟୁ, ଗୋଲଡେନ ଓ ଗ୍ରେ-ରଙ୍ଗ । ଭେରିଫାଏଟ ଆକାଉଁଟ ପାଇଁ ୮ ଡଲାର ମୂଲ୍ୟ ବଦଳରେ ସାଧାରଣ ୟୁଜର୍ସ ବ୍ଲୁ ଟିକ୍ ପାଇପାରିବେ । ସେହିଭଳି ସରକାରୀ ଆକାଉଁଟ ପାଇଁ ଗ୍ରେ ଓ ବ୍ୟବସାୟିକ ଆକାଉଁଟ ପାଇଁ ମିଳିବ ଗୋଲଡେନ ଟିକ୍ । ତେବେ ଏହି ଦୁଇ ରଙ୍ଗ ପାଇଁ କେତେ ଟଙ୍କା ପୈଠ କରିବାକୁ ପଡିବ ସେ ଏନେଇ ଟ୍ୱିଟର ପକ୍ଷରୁ କୌଣସି ସୂଚନା ଏବେ ସୁଦ୍ଧା ଦିଆଯାଇନି । ମାଲିକ ମସ୍କ କହିଛନ୍ତି ଆଗକୁ ଅନେକ ନୂଆ ଫିଚର ଆସିବାକୁ ଯାଉଛି ।